ନୂଆଦିଲ୍ଲୀ: କୋରୋନା ଭାଇରସ୍ ଚିକିତ୍ସାର ନିୟମରେ ପରିବର୍ତ୍ତନ । କୋରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛୁଟି ମିଳିବା ନିୟମରେ ପରିବର୍ତ୍ତନ ହୋଇଛି । ଶନିବାର ଦିନ କେନ୍ଦ୍ରିୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଏ ସମ୍ପର୍କରେ ନୂଆ ନିୟମ ଜାରୀ କରିଛନ୍ତି । ନୂଆ ପରିବର୍ତ୍ତନ ଅନୁସାରେ ଜଣେ କୋରୋନା ରୋଗୀ 10 ଦିନ ମଧ୍ୟରେ ଡିସଚାର୍ଜ ହୋଇପାରିବେ । ଡିସଚାର୍ଜ ପୂର୍ବରୁ ପରୀକ୍ଷାର ଆବଶ୍ୟକତାକୁ ବନ୍ଦ କରିଦିଆଯାଇଛି । ଅର୍ଥାତ୍ ତାଙ୍କର କୌଣସି ଆରଟି-ପିସିଆର ଟେଷ୍ଟ କରାଯିବ ନାହିଁ ।
ତେବେ କମ ଲକ୍ଷଣ କିମ୍ବା ଲକ୍ଷଣ ନଥାଇ କୋରୋନା ପଜିଟିଭ୍ ବାହାରିଥିବା ରୋଗୀଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ । ତେବେ ଥରେ ସେମାନଙ୍କ ଶରୀରରେ ଦେଖାଯାଉଥିବା ଲକ୍ଷଣ ବନ୍ଦ ହୋଇଗଲେ ସେମାନଙ୍କୁ ଡିସଚାର୍ଜ କରାଯିବ । ଛୁଟି ମିଳିବା ପରେ ଉକ୍ତ ବ୍ୟକ୍ତ 14 ଦିନ ପରିବର୍ତ୍ତେ 7 ଦିନ ହୋମ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡିବ । ଟେଲି କନଫରେନ୍ସ ମାଧ୍ୟମରେ 14 ରେ ରୋଗୀର ଫଲୋ ଅଫ ନିଆଯିବ ।
