ଅର୍ଗସ ବ୍ୟୁରୋ: କୋରୋନା ପାଇଁ ଖାଉଛନ୍ତି କୁକୁର ବିଲେଇ ମାଂସ । ଅଦ୍ଭୁତ ଲୋକ ବିକୃତ ଚିନ୍ତାଧାରା । କୋରୋନା ମୁକାବିଲା ପାଇଁ ଲୋକ ଖାଉଛନ୍ତି କୁକୁର , ବିଲେଇ ମାଂସ । ସେପୁଣି ଡାକ୍ତରଙ୍କ ପରାମର୍ଶରେ । ସାରା ବିଶ୍ୱ ଏବେ କୋରୋନା ସଙ୍କଟ ମଧ୍ୟରେ ଗତିକରୁ ଥିବା ବେଳେ ଭିଏତନାମରୁ ଆସିଛି ଏଭଳି ଅଦ୍ଭୁତ ଖବର । ଯାହାକୁ ନେଇ ଆନ୍ତର୍ଜାତିକ ଗଣ ମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।
କୋଭିଡ-19 ଭଳି ମାରାତ୍ମକ ଭାଇରସ ପଶୁପକ୍ଷୀଙ୍କ ଶରୀରରୁ ମଣିଷକୁ ବ୍ୟାପିଥିବା କୁହାଯାଉଛି । ଏପରିକି ଅନେକ ମାଂସ ବିକ୍ରି ଉପରେ କଟକଣା ମଧ୍ୟ ଲାଗୁ ହୋଇଛି । ଏ ପରିସ୍ଥିତିରେ ଭିଏତନାମ ଓ କାମ୍ବୋଡିଆରେ କୋରୋନା ମହାଔଷଧି ଭାବେ କୁକୁର ଓ ବିଲେଇ ମାଂସ ବିକ୍ରି କରାଯାଉଥିବା ଏକ ସଙ୍ଗଠନ ଦାବି କରିଛି ।
ଫୋରପସ୍ ସଙ୍ଗଠନର ଅଭିଯୋଗ ଡାକ୍ତର ଲୋକମାନଙ୍କୁ ଏହି ସବୁ ମାଂସ ଖାଇବାକୁ ପରାମର୍ଶ ଦେଉଛନ୍ତି । ଏହି ମାଂସରେ ଥିବା ଉପାଦାନ କରୋନା ମୁକାବିଲା କରିବ । ତେଣୁ ଲୋକମାନେ ଏହାକୁ ଖାଉଛନ୍ତି । ଏପରିକି କିଛି ହୋଟେଲ ଓ ରେଷ୍ଟୁରାଣ୍ଟରେ ଏହି ମାଂସ ଲୋକଙ୍କୁ ପରସା ଯାଉଛି । ଯାହା ଅଧିକ ବିପଦଜ୍ଜନକ ।
ଏହା କରୋନା ଭାଇରସ ସଂକ୍ରମଣ ବଢାବାର ସମ୍ଭାବନା ରହିଛି । ତେଣୁ ସରକାର ଏହି ନିରୀହ ଜୀବଜନ୍ତୁଙ୍କ ହତ୍ୟା ଉପରେ ରୋକ ଲଗାନ୍ତୁ ବୋଲି ସଂଗଠନ ଦାବି କରିଛି । ଭିଏତନାମରେ ପୂର୍ବରୁ ମଧ୍ୟ କୁକୁର ମାଂସ ଖାଇବା ପ୍ରଥା ରହିଛି । ତେବେ ଏହି ମହାମାରୀ ସମୟରେ ଲୋକଙ୍କୁ କୁକୁର ଓ ବିଲେଇ ମାଂସ ଖାଇବାର ଆଶକ୍ତି ନିଶ୍ଚିତ ଭାବେ ଚିନ୍ତା ଜନକ ।
