ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଅତିକ୍ରମ କରିଛି । ଏହାରି ମଧ୍ୟରେ ବିଭିନ୍ନ ରାଜ୍ୟରେ ଲକ୍-ଡାଉନ୍ ଘୋଷଣା କରାଯାଇଛି । ସରକାର ଯେଉଁ ଲକ୍-ଡାଉନ୍ ଘୋଷଣା କରିଛନ୍ତି, ସେଥିରେ ୫୪୮ଟି ଜିଲ୍ଲା ଅନ୍ତର୍ଭୁକ୍ତ ହୋଇଛି ।
ଏହା ଛଡା ୩ଟି ରାଜ୍ୟର କିଛି ଜିଲ୍ଲାରେ ଲକ୍-ଡାଉନ୍ ଘୋଷଣା କରାଯାଇଛି, ଯେଉଁଥିରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଓଡିଶା ସାମିଲ ହୋଇଛି । ଅନ୍ୟପଟେ ସିକ୍କିମ୍ ଓ ମିଜୋରାମରେ ବର୍ତ୍ତମାନ ସୁଦ୍ଧା କୌଣସି ଆଦେଶ ଜାରି ହୋଇନାହିଁ ।
ଉତ୍ତରପ୍ରଦେଶରେ ୧୬ଟି ଜିଲ୍ଲା ଓ ଓଡିଶାରେ ୧୪ଟି ଜିଲ୍ଲାରେ ଲକ୍-ଡାଉନ୍ ହୋଇଛି । ଲାକ୍ଷାଦ୍ୱୀପର କିଛି ଅଞ୍ଚଳରେ ଉପରେ ଲକ-ଡାଉନ୍ ଘୋଷଣା କରାଯାଇଛି ।
ଅର୍ଗସ ବ୍ୟୁରୋ: କୁହାଯାଏ ମାଆ ଗାଳି ଦାଣ୍ଡ ଧୂଳି। କିନ୍ତୁ ମାଆଙ୍କ ଗାଳି ଶିଶୁ ଆତ୍ମହତ୍ୟା କରିବାକୁ ଯାଇଥିଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତ୍ରୀ। ଆଜ୍ଞା ହଁ, ଏହା ସତ କଥା। ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଶାବନା ଆଜମୀ। ଯିଏ ଆଜି ମାଆ ଭୂମିକାରେ ଅନେକଙ୍କ ହୃଦୟରେ ଅଛନ୍ତି। ୧୬୦ରୁ ଅଧିକ ଫିଲ୍ମ କରିଥିବା ଶାବନାଙ୍କୁ ୨୦୧୨ରେ ପଦ୍ମଭୂଷଣରେ ସମ୍ମାନିତ କରାଯାଇଥିଲା। ସେପ୍ଟେମ୍ୱର ୧୮, ୧୯୫୦ରେ ସାୟର କୈଫି ଆଜମୀ ଏବଂ ଥିଏଟର ଆର୍ଟିଷ୍ଟ ସୌଜିତ ଆଜମୀଙ୍କ ଘରେ ଜନ୍ମ ନେଇଥିଲେ ଶାବନା। ବାପା-ମାଆଙ୍କ ଏହି ଅଭିନୟ କଳାକୁ ବଢ଼ାଇଥିଲେ ଆଗକୁ। ପିଲାଟି ବେଳୁ ବଡ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଶାବନା କେବେ ବି ବାପା-ମାଆଙ୍କ ନିକଟରେ ମନଖୁସି କରିବା ପାଇଁ ଟଙ୍କା ଦାବି କରିନଥିଲେ। ଏପରିକି ପରିବାରକୁ ସହାୟତା ଦେବା ପାଇଁ କଫି ବିକ୍ରି କରିଥିଲେ।ନିଜର ୭୩ତମ ଜନ୍ମଦିନ।
୧୯୭୪ରେ ଫିଲ୍ମ ଅଙ୍କୁର ମାଧ୍ୟମରେ ବଲିଉଡରେ ପାଦ ଥାପିଥିବା ଶାବନା ଅନେକ ସଫଳ ଓ ଐତିହାସିକ ଫିଲ୍ମ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଦର୍ଶକଙ୍କ ହୃଦୟରେ କରିପାରିଛନ୍ତି। ଶାବନାଙ୍କ ଜୀବନରେ ଏମିତି ଅନେକ କିଛି ଘଟଣା ଘଟିଛି ଯାହା ତାଙ୍କର ପ୍ରଶଂସକମାନଙ୍କୁ ଜଣାନଥିବ। କୁହାଯାଏ ଯେ, ଥରେ ତାଙ୍କୁ ମା' ଗାଳି କରିବାରୁ ସେ ଆତ୍ମହତ୍ୟା କରିବାକୁ ପହଞ୍ଚି ଯାଇଥିଲେ ରେଳଧାରଣାରେ। ହେଲେ ସେଠାରେ ଜଣେ ଗାର୍ଡ ତାଙ୍କୁ ଦେଖି ଦେଇଥିଲା। ଗୋଟିଏ ସମୟ ଏପରି ଆସିଥିଲା ତାଙ୍କ ଜୀବନରେ ଯେ, ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ସେ ପେଟ୍ରୋଲ ପମ୍ପରେ କଫି ବିକିବାକୁ ବାଧ୍ୟ ହୋଇଥିଲେ।
ମାଆଙ୍କ ସହ ନିୟମିତ ଥିଏଟରକୁ ଯାଉଥିବାବେଳେ ଜଣେ ନିର୍ଦ୍ଦେଶକ ଶାବନାଙ୍କୁ କିଛି ଅଭିନୟ ପାଇଁ ପରାମର୍ଶ ଦେଇଥିଲେ। ଆଉ ଏଥିରେ ସେ ଖୁସି ହୋଇଯାଇଥିଲେ। ୧୯୭୩ରେ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ଗ୍ରାଜୁଏସନ କରିବା ପରେ ୧୯୭୪ରେ ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶନାରେ ବନିଥିବା ଫିଲ୍ମ ଅଙ୍କୁର ମାଧ୍ୟମରେ ପଦାର୍ପଣ କରିଥିଲେ ବଲିଉଡରେ। ଆଉ ତା ପରେ ସେ ପଛକୁ ଚାହିଁନତିଲେ। ତାଙ୍କ ଅଭିନୟ ଧିରେ ଧିରେ ଦର୍ଶକଙ୍କ ହୃଦୟ ଛୁଇଁଥିଲା।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସହୀଦଙ୍କ ସ୍ମୃତି ସଜିତ ହୋଇ ରହିବା ପାଇଁ ଦେଶ ମାତୃକା ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସହୀଦ ଯବାନଙ୍କ ମାଟିରୁ ମାଟି ସଂଗ୍ରହ କରାଯାଉଛି । 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଜରିଆରେ ଏହି ମାଟି ସଂଗ୍ରହ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ପରିପେକ୍ଷରେ ଆଳି ନିର୍ବାଚନ ମଣ୍ଡଳୀ ନରେନ୍ଦ୍ରପୁର ପଞ୍ଚାୟତରେ ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାଟିର ତମାମ ନେତା, କର୍ମୀ ଓ ଜନସାଧାରଣ ଉତ୍ସାହର ସହିତ ଘରକୁ ଘର ବୁଲି ମାଟି ସଂଗ୍ରହ କରୁଥୁବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ଲୋକ ମାନେ ଉତ୍ସାହର ସହିତ ଏହି ଭବ୍ୟ କଳସକୁ ମାଟି ଦେଉଥିବା ଦେଖିବାକୁ ମିଳିଛି ।
ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ତେଲୁଗୁ ଅଭିନେତ୍ରୀ ସାମନ୍ଥାଙ୍କ କ୍ରେଜ। ସାମନ୍ଥା ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟରେ ରୁହନ୍ତି। ଫିଲ୍ମରୁ ବିରତି ନେଇ ପୁଣି କମବ୍ୟାକ କରୁଛନ୍ତି ସାମନ୍ଥା। ବିଜୟ ଦେବରକୋଣ୍ଡାଙ୍କ ପରେ ବଲିଉଡ ଦଙ୍ଗବ ଷ୍ଟାର ସଲମାନ ଖାନଙ୍କ ସହ କରିବେ ସ୍କ୍ରିନ ସେୟାର। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।
ଫିଲ୍ମ 'ପୁଷ୍ପା-୨'ରେ ତାଙ୍କର ଆଇଟମ ଗୀତ ପାଇଁ ସେ ଅଧିକ ଚର୍ଚ୍ଚାରେ ରହିଥିଲେ। ଏବେ ସେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହିତ ରୋମାନ୍ସ କରିବେ ବୋଲି ଏକ ଖବର ଆସିଛି। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସାମନ୍ଥା ନଜରକୁ ଆସିବାକୁ ଯାଉଛନ୍ତି। ତେବେ ଏହା କେତେଦୂର ସତ ତାହା ଜଣାପଡିନାହିଁ।
ଏଥିରେ ଫିଲ୍ମରେ ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ କୁହାଯାଉଛି। ତେବେ ସାମନ୍ଥା ନିକଟରେ ଏକ ରୋଗରେ ପୀଡିତ ଥିଲେ। ସେଥିପାଇଁ ସେ ସିନେମା ଜଗତରୁ କିଛି ସମୟ ପାଇଁ ବିରତି ନେଇ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିଲେ। ନିକଟରେ ସାମନ୍ଥାଙ୍କୁ ଫିଲ୍ମ 'ଖୁସି'ରେ ଦେଖିବାକୁ ମିଳିଥିଲା। ସାମନ୍ଥା ୨୦୧୦ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: