ଭୁବନେଶ୍ଵର : ମେଡ଼ିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ମେ 3 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପରୀକ୍ଷାକୁ ବାତିଲ କରାଯାଇଛି। କୋରୋନା ଭୂତାଣୁ ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ ଲାଗୁ କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଜେଇଇ ମେନ୍ ଏବଂ ନିଟ୍ ପରୀକ୍ଷା ପାଇଁ ପରେ ତାରିଖ ଘୋଷଣା କରାଯିବ ବୋଲି ଏନଟିଏ ପକ୍ଷରୁ କୁହାଯାଇଛି। ତେବେ ମାର୍ଚ୍ଚ 27ରେ ଆସିବାକୁ ଥିବା ଆଡମିଟ କାର୍ଡ ଏବେ ଦିଆଯିବ ନାହିଁ।
ସାରା ଦେଶରେ କାୟା ବିସ୍ତାର କରୁଥିବା କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପି ଲକଡାଉନ ଘୋଷଣା କରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଦେଶରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 861ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା 20ରେ ପହଁଚିଲାଣି।
ଅର୍ଗସ ବ୍ୟୁରୋ : ପୁଣି ଥରେ ପାଲଲହଡାରେ ମୁକେଶ ହଟାଓ ନାରା । ଅନୁଗୋ ଜିଲ୍ଲା ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ଶଙ୍ଖମୁର ପଞ୍ଚାୟତରେ ବିଜେଡ଼ି ବିଧାୟକ ମୁକେଶଚଦ୍ର ପାଲଙ୍କୁ ବିରୋଧ କରିଛନ୍ତି ପଞ୍ଚାୟତବାସୀ । ନିର୍ବାଚନ ପୂର୍ବରୁ ଭୋଟ ମାଗି ଯାଇଥିବା ବିଧାୟକ ସାଢେ଼ ୪ ବର୍ଷରେ ଥରୁଟିଏ ବି ଗାଁ ମାଟି ମାଡି ନାହାନ୍ତି । ଆଜି ଯାଏ ଗାଆଁରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ନ ହୋଇଥିବା ଯୋଗୁଁ ବିଧାୟକଙ୍କୁ ବିରୋଧ କରିଛନ୍ତି ନିଜ ଦଳର ଦଳୀୟ କର୍ମୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୂର୍ବରୁ ଏକାଧିକ ବିଜେଡ଼ି କର୍ମୀ ଏକାଠି ହୋଇ ଆଗମୀ ନିର୍ବାଚନରେ ବିଜେଡ଼ିର ଦଳୀୟ ଟିକେଟ ମୁକେଶଙ୍କୁ ନ ମିଳୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ବେଳେ ବିଧାୟକ ବିରୋଧ କରୁଥିବା ବ୍ୟକ୍ତି ବିଜେଡ଼ି କର୍ମୀ ନୁହେଁ ବୋଲି କହିଥିଲେ । ଅନ୍ୟପଟେ ଆଗକୁ ହଜାର ହଜାର ସଂଖ୍ୟାରେ ବିଜେଡ଼ି କର୍ମୀ ଏକାଠି ହୋଇ ବିଧାୟକଙ୍କୁ ବିରୋଧ କରିବେ ବୋଲି କଡ଼ା ଚେତାବନୀ ଦେଇଛନ୍ତି