ଅର୍ଗସ ବ୍ୟୁରୋ : ଇନ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେସନର ରିପୋର୍ଟ ଅନୁଯାୟୀ କରୋନା ପାଇଁ ବିଶ୍ୱର ପ୍ରାୟ 81% ଜୀବିକା ପ୍ରଭାବିତ ହେବ | କରୋନା ପାଇଁ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ ଭାରତର ପ୍ରାୟ 40 କୋଟି ଲୋକ | ଚୀନର ଷଡଯନ୍ତ୍ର ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାୟୀତ୍ୱହୀନତା ପାଇଁ ଏକ ବହୁତ ବଡ ମୂଲ୍ୟ ଦେବାକୁ ପଡିବ ଭାରତକୁ | କରୋନା କବଳରେ ପଡି ସାରା ବିଶ୍ୱରେ ଦିନକୁ ଦିନ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା | 16 ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ କବଜାରେ ଫସିଥିବା ବେଳେ ପ୍ରାଣ ହରାଇଲେଣି 95 ହଜାରରୁ ଅଧିକ ଲୋକ |କରୋନା ଭାଇରସ ପାଇଁ ପୁରା ବିଶ୍ୱ ଏବେ ଚୀନର ମିଛ ଆଉ ସ୍ଵାର୍ଥପରତା ସହ WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାୟୀତ୍ୱହୀନତାକୁ ମଧ୍ୟ ଦାୟୀ କରୁଛି |
31 ଡ଼ିସେମ୍ବର 2019ରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଖରେ କରୋନା ସମ୍ପର୍କରେ ଖବର ଥିଲେ ସୁଦ୍ଧା ଏହାର ଭୟାବହତା ସମ୍ପର୍କରେ ବିଶ୍ୱକୁ ସୂଚିତ କରାଇ ନଥିଲା WHO | ସାରା ବିଶ୍ୱ କରୋନାର ଭୟାବହତା ଜାଣିସାରିଥିଲା ଏବଂ ଏହାକୁ ଏକ ମହାମାରୀ ଘୋଷଣା କରିବା ପାଇଁ ଫେବୃଆରୀ ଦ୍ୱିତୀୟ ସପ୍ତାହରୁ WHOକୁ ଅନୁରୋଧ କରାଯାଉ ଥିବା ସତ୍ଵେ ମାର୍ଚ୍ଚ 11ରେ ଯାଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଘୋଷଣା କରିଥିଲା | ଆଉ ସେତେବେଳକୁ ନେଡି ଗୁଡ଼ କହୁଣୀକୁ ବୋଇ ସାରିଥିଲା | ଚୀନ ଓ ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ଅବହେଳା ପାଇଁ ଏବେ ବିଶ୍ୱର ଅର୍ଥନୀତି ଦୋହଲି ଯାଇଥିବା ବେଳେ ପ୍ରାୟ 270 କୋଟି ଲୋକଙ୍କ ଜୀବିକା ପଡିଛି ସଂକଟରେ | ଇନ୍ଟରନ୍ୟାଶନାଲ ଲେବର ଅର୍ଗାନାଇଜେସନର ରିପୋର୍ଟ ଅନୁଯାୟୀ କରୋନା ପାଇଁ ବିଶ୍ୱର ପ୍ରାୟ 81% ଜୀବିକା ପ୍ରଭାବିତ ହେବ | ସମଗ୍ର ବିଶ୍ୱର ଜନସଂଖ୍ୟାରୁ କେବଳ 3.3 ବିଲିଅନ ଲୋକ କାର୍ଯ୍ୟକରୁଥିବା ବେଳେ ଏବେ 2.7 ବିଲିଅନ ଲୋକ ଜୀବିକା ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି | ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କରୋନା ହେଉଛି ସବୁଠାରୁ ବଡ଼ ସଙ୍କଟ ଆଉ ଏହା ପାଇଁ ଦାୟୀ କେବେଳ ଚୀନ | ବିଶ୍ୱର ପ୍ରାୟ 19 କୋଟି ଲୋକ ଯେଉଁମାନେ କି ଫୁଲଟାଇମ ଚାକିରୀ କରନ୍ତି ସେମାନେ ଚାକିରୀ ହରାଇବେ | ତେବେ ଏହି ମନ୍ଦାବସ୍ଥାର ସବୁଠାରୁ ଅଧିକ ପ୍ରଭାବ ପଡିବ ଭାରତ, ବ୍ରାଜିଲ ଏବଂ ନାଇଜେରିଆରେ | ଭାରତର ପ୍ରାୟ 90% ୱାର୍କଫୋର୍ସ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟକରନ୍ତି | ତେଣୁ କୋରୋନା ପାଇଁ ଆସିବାକୁ ଥିବା ମାନ୍ଦାବସ୍ଥା ହେତୁ ଭାରତର ପ୍ରାୟ 40 କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯିବେ |
1995 ମସିହାରୁ ଭାରତ ନିଜସ୍ୱ ପ୍ରଚେଷ୍ଟା ବଳରେ ଦାରିଦ୍ର୍ୟକୁ ମାତ୍ର 10% ରେ ସୀମିତ ରଖିବାରେ ସଫଳ ହୋଇଥିଲା କିନ୍ତୁ ଏବେ ଚୀନର ଷଡଯନ୍ତ୍ର ଆଉ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାଇତ୍ୱହୀନତା ପାଇଁ ଏକ ବହୁତ ବଡ ମୂଲ୍ୟ ଦେବାକୁ ପଡିବ ଭାରତକୁ | ବିଭିନ୍ନ ଉଦ୍ୟୋଗ, ହୋଲସେଲ, ରିଟେଲ କିମ୍ବା ଖଣିଜ କ୍ଷେତ୍ର ହେଉ ସବୁଠାରୁ ଅଧିକ ପ୍ରଭାବିତ ହେବେ | କେବଳ ଚୀନର ଭୁଲ ପାଇଁ ଆଜି କୋଟି କୋଟି ଲୋକ ଜୀବିକା ହରାଇବା ଭୟରେ ଆତଙ୍କିତ | 400 କୋଟି ଲୋକ ଘରେ ବନ୍ଦୀ ଥିବା ବେଳେ ଭବିଷ୍ୟତରେ କେତେ ଲୋକ ଯେ ଭୋକ ଉପାସରେ ରହିବେ ତାହା ମଧ୍ୟ କହିବେହ ନାହିଁ ।
