ଚାଷୀ କଥା ପଚାରିଲେ କୃଷୀ ମନ୍ତ୍ରୀ ଛାନିଆ,ସାମ୍ବାଦିକ କୁ ଧକ୍କା ମାରିଲେ
କୋରୋନା ମାଡରେ ପାକ୍ ମେରୁଦଣ୍ଡ ବଙ୍କା
ସାର୍କକୁ 3 ମିଲିୟନ ଡ଼ଲାର ମାଗିଲା ପାକିସ୍ତାନ।
ଆପାତକାଳୀନ ଫଣ୍ଡରୁ ମାଗିଲେ ସହାୟତା।
ଭାରତ ପ୍ରଥମେ 10 ମିଲିୟନ ଡ଼ଲାର ଦେବା ଫଳରେ ଗଠନ ହୋଇଥିଲା କୋଭିଡ-19 ଫଣ୍ଡ
ନୂଆଦିଲ୍ଲୀ : ପୁରା ବିଶ୍ୱ ଏବେ ମହାମାରୀ କୋରୋନା ଭୂତାଣୁ ବିରୋଧରେ ଲଢେଇ ଜାରି ରଖିଛି। ଅଧିକାଂଶ ଦେଶରେ ଏବେ ଲକଡାଉନ କଟକଣା ଲାଗୁ ହୋଇଥିବାରୁ ଅର୍ଥ ବ୍ୟବସ୍ଥା ଉପରେ ଏହାର ସିଧାସଲଖ ପ୍ରଭାବ ପଡ଼ିଛି। ଏଥିରୁ ବର୍ତ୍ତିନି ପାକିସ୍ତାନ। ତେବେ କୋରୋନା ମାଡ଼ରେ ପୂର୍ବରୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ମେରୁଦଣ୍ଡ ବଙ୍କା। କୋରୋନା ମୁକାବିଲା ପାଇଁ ସାର୍କ ଠାରୁ ସହାୟତା ଲୋଡିଛି ପାକିସ୍ତାନ। ପାକିସ୍ତାନ ସାର୍କକୁ 3 ମିଲିୟନ ଆମେରିକୀୟ ଡଲାରର ସାହାଯ୍ୟ ମାଗିଥିବା ସୂଚନା ମିଳିଛି।
ସୂଚନାନୁଯାୟୀ, ପାକିସ୍ତାନ ସରକାର ଗୁରୁବାର କୋଭିଡ-19 ଆପତ୍ତିକାଳୀନ ଫଣ୍ଡର ସହାୟତା ମାଗିଛନ୍ତି। ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ପାକିସ୍ତାନ ସାର୍କ ସେକ୍ରେଟାରୀଙ୍କୁ ଏନେଇ ସହାୟତା ମାଗିଛି। ଏହି ପାଣ୍ଠିକୁ କିପରି ବ୍ୟବହାର କରାଯିବ ସେନେଇ ସବୁ ରାଷ୍ଟ୍ର ସହ ଆଲୋଚନା ହେବ। ପାକିସ୍ତାନ ଏକ ସଂସ୍ଥାପକ ସଦସ୍ୟ ହୋଇଥିବାରୁ ସାହାଯ୍ୟ ଲୋଡିଛି।
ତେବେ ଗତ ମାର୍ଚ୍ଚ 15ରେ ସାର୍କର ସବୁ ସଦସ୍ୟ ରାଷ୍ଟ୍ର ସହ ଭାରତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲା। ଭାରତ ପ୍ରଥମେ 10 ମିଲିୟନ ଡଲାର ଦେବା ଫଳରେ ଏକ କୋଭିଡ-19 ପାଣ୍ଠି ଗଠନ କରାଯାଇଥିଲା।
Download Argus News App
