
ନୂଆଦିଲ୍ଲୀ : କୋରୋନା ଭୂତାଣୁ ବିରୋଧରେ ଭାରତୀୟ ସେନା ମଧ୍ୟ ଲଢେଇ ଆରମ୍ଭ କରିଛି। ଏଥିପାଇଁ ଭାରତୀୟ ସେନା ଅପରେଶନ ନମସ୍ତେ ଶୁଭାରମ୍ଭ କରିଛି। ସେନା ପକ୍ଷରୁ ଏକ ହେଲ୍ପ-ଲାଇନ ନମ୍ଵର ଜାରି କରାଯାଇଛି। ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରୱାଣେ ଏହାର ଘୋଷଣା କରିଛନ୍ତି।
ନରୱାଣେ କହିଛନ୍ତି ଯେ, ସେନା ଯେଉଁ ଅଭିଯାନ ଆରମ୍ଭ କରେ ତାହାକୁ ସଫଳତାପୂର୍ବକ ସମ୍ପାଦାନ କରିଥାଏ। ଅପରେଶନ ନମସ୍ତେକୁ ମଧ୍ୟ ସଫଳତାପୂର୍ବକ ସମ୍ପାଦାନ କରାଯିବ। ସେନା ପକ୍ଷରୁ ସାଉର୍ଥନ କମାଣ୍ଡ, ଇଷ୍ଟର୍ଣ୍ଣ କମାଣ୍ଡ, ୱେଷ୍ଟର୍ଣ୍ଣ କମାଣ୍ଡ, ନର୍ଦନ କମାଣ୍ଡ, ସାଉଥ ୱେଷ୍ଟର୍ଣ୍ଣ କମାଣ୍ଡ, ଏବଂ ଦିଲ୍ଲୀ ମୁଖ୍ୟାଳୟରେ କୋରୋନା ହେଲ୍ପ ଲାଇନ ସେଣ୍ଟର ଗଠନ କରିଛନ୍ତି। ଆଜି ଏହି ହେଲ୍ପ-ଲାଇନ ନମ୍ବର ଜାରି କରାଯାଇଛି। ଏହାଦ୍ଵାରା ଲୋକମାନଙ୍କୁ ସାହାଯ୍ୟ କରାଯିବ। ଏପରିକି ସାଧାରଣ ଲୋକମାନଙ୍କୁ ସଚେତନ କରିବାକୁ ସୂଚନା ମଧ୍ୟ ଦିଆଯିବ।
Army has successfully come out of all operations in the past, and will successfully execute Operation Namaste as well: Army Chief General MM Naravane on preparations by his force against #COVID19 pic.twitter.com/GnB99XcYrO
— ANI (@ANI) March 27, 2020
