ନୂଆଦିଲ୍ଲୀ: କୋରୋନା ମହାମାରୀକୁ ରୋକିବା ପାଇଁ ଦେଶ ବ୍ୟାପି ତୃତୀୟ ପର୍ଯ୍ୟୟ ଲକଡାଉନ୍ ଜାରି ରହିଛି। ମେ 17 ତାରିଖ ପର୍ଯ୍ୟନ୍ତ ଏହା ଜାରି ରହି ଥିବାରୁ ଟ୍ରିବୁନାଲ୍ ଏହାକୁ ଦୃଷ୍ଟିରେ ରଖି ମେ 16 ତାରିଖରେ ହେବାକୁ ଥିବା ଶୁଣାଣି କୁ ଘୁଞ୍ଚାଇ ଦେଇଛନ୍ତି । ମହାନଦୀ ଜଳ ବିବାଦ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 11 ତାରିଖ ସକାଳ 11 ଟାରେ ହେବ ବୋଲି ନୋଟିସ ଜାରି କରାଯାଇଛି।
ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ମହାନଦୀ ଜଳ ବିବାଦ ମମାଲର ଶୁଣାଣି କରୁଛନ୍ତି। ପୂର୍ବରୁ ଥରେ ଓଡିଶା ସରକାର ଙ୍କ ପକ୍ଷରୁ ମାର୍ଚ୍ଚ 31 ତାରିଖରେ ଏକ ପତ୍ର ମାଧ୍ୟମରେ ମାମଲାର ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହରେ କରିବାକୁ ଅନୁରୋଧ କରିଥିଲେ। ଏହାକୁ ବିଚାରକୁ ନେଇ କୋର୍ଟ ମାମଲାର ଶୁଣାଣି ଜୁଲାଇ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି।
