ନୂଆଦିଲ୍ଲୀ: କୋରୋନା ଭାଇରସ୍ ପାଇଁ 2020ର ଖେଳ କ୍ୟାଲେଣ୍ଡର ପୁରା ପ୍ରଭାବିତ ହୋଇଛି। ଅନେକ ଖେଳ ସୁରକ୍ଷା ଦୃଷ୍ଟିରୁ ବାତିଲ ହୋଇଥିବା ବେଳେ କିଛି ସ୍ଥଗିତ ରଖାଯାଇଛି। ଖେଳ ମହାକୁମ୍ଭ କୁହାଯାଉଥିବା ଅଲମ୍ପିକକୁ ମଧ୍ୟ ସ୍ଥଗିତ କରିବାକୁ ପଡିଛି। କିନ୍ତୁ ଏ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ବୋର୍ଡ ବିସିସିଆଇ ଆଇପିଏଲ କୁ ନେଇ ଅପେକ୍ଷା କରିଛନ୍ତି। ଖେଳ ପ୍ରେମୀ ଗୋଟିଏ ପ୍ରକାର ଅପେକ୍ଷା କରି ରହିଛନ୍ତି IPL ହେବ ନା ନାହିଁ। ଯଦି ହେବ କିପରି।
ଦିନକୁ ଦିନ ଭାରତର ମହାମାରୀ କୋରୋନା ପାଇଁ ସ୍ଥିତି ବିଗିଡିବାରେ ଲାଗିଛି। 21 ଦିନର ଲକଡାଉନ୍ ଘୋଷଣା ହେବାପରେ ବୋର୍ଡ ଏପ୍ରିଲ 15 ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିଛନ୍ତି। ଏପରି ସ୍ଥତି ରେ ଲକଡାଉନ୍ ଅବଧି ଆହୁରି ବଢିବାର ସମ୍ଭାବନା ରହିଛି। ଏହା ଭିତରେ ଭାରତରେ ପ୍ରଥମ ଥର ପାଇଁ ହେବାକୁ ଥିବା ଫିପା ଅଣ୍ଡର-17 ମହିଳା ବିଶ୍ୱ କପ ମଧ୍ୟ ସ୍ଥଗିତ କରି ଦିଆଯାଇଛି।
