ଅର୍ଗସ ବ୍ୟୁରୋ: ସମଗ୍ର ବିଶ୍ୱରେ କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏଥିରୁ ବାଦ ପଡି ନାହିଁ ଭାରତ । ଭାରତର ବିଭିନ୍ନ ରାଜ୍ୟରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ସୁସ୍ଥ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ଅପରାହ୍ଣ ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ତାଲିକାରେ ଆମ ଦେଶର କେରଳ ରହିଛି ତାଲିକାର ଶୀର୍ଶରେ । କେରଳରେ ଏବେ ମୋଟ ୧୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ଜଣ ସୁସ୍ଥ ହୋଇଛନ୍ତି ଓ ୧୨୭ ଜଣ ଚିକିତ୍ସିତ ହେଉଛନ୍ତି ।
ମହାରାଷ୍ଟ୍ରରେ୧୩୫ ଆକ୍ରାନ୍ତ ହୋଇଥିବା ବେଳେ ୧୯ ଜଣ ସୁସ୍ଥ, ୧୧୨ଜଣ ଚିକିତ୍ସିତ ଓ ୪ ଜଣଙ୍କର ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨, ସୁସ୍ଥ ୩, ଚିକିତ୍ସିତ ୫୬ ଓ ୩ ଜଣଙ୍କର ମୃତ୍ୟୁ ହୋଇଛି । ତେଲେଙ୍ଗାନାରେ ୪୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ସୁସ୍ଥ ହୋଇଛନ୍ତି ଏବଂ ୪୪ ଜଣ ଚିକିତ୍ସିତ ହେଉଛନ୍ତି । ଗୁଜୁରାଟରେ ୪୪ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ୪୨ ଜଣ ଚିକିତ୍ସିତ ହେଉଛନ୍ତି । ଉତ୍ତର ପ୍ରଦେଶରେ ୪୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
୩୧ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ରାଜସ୍ଥାନରେ ୪୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ସୁସ୍ଥ, ୪୨ ଚିକିତ୍ସିତ ହେଉଛନ୍ତି । ଦିଲ୍ଲୀରେ ୩୯ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୬ ସୁସ୍ତ, ୩୨ ଚିକିତ୍ସିତ ଓ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ପଞ୍ଚାବରେ ୩୩ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୨ ଚିକିତ୍ସିତ ହେଉଛନ୍ତି । ହରିଆଣା ୩୨ ଆକ୍ରାନ୍ତ, ୧୧ ସୁସ୍ଥ ୨୧ ଜଣ ଚିକିତ୍ସିତ ହେଉଛନ୍ତି । ତାମିଲନାଡୁରେ ୩୫ ଆକ୍ରାନ୍ତ, ୧ସୁସ୍ଥ, ୩୩ ଚିକିତ୍ସିତ ଓ ୧ ମୃତ୍ୟୁ ହୋଇଛି । ମଧ୍ୟ ପ୍ରଦେଶରେ ୨୧ ଆକ୍ରାନ୍ତ, ୨ ମୃତ ଓ ୧୯ ଚିକିତ୍ସିତ ହେଉଥିବା ବେଳେ ଜାମ୍ମୁ-କାଶ୍ମୀରରେ ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧ ସୁସ୍ଥ ହୋଇଛନ୍ତି ।
ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଚିକିତ୍ସିତ ହେଉଛନ୍ତି । ଲାଦାଖରେ ୧୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୩ ଜଣଙ୍କସୁସ୍ଥ ହୋଇଥିବା ବେଳେ ୧୦ ଚିକିତ୍ସିତ ହେଉଛନ୍ତି । ଆନ୍ଧ୍ରପ୍ରଦେଶ ୧୨ଆକ୍ରାନ୍ତ, ୧ ସୁସ୍ଥ, ୧୧ ଚିକିତ୍ସିତ ହେଉଥିବା ବେଳେ ହିମାଞ୍ଚଳ ପ୍ରଦେଶରେ ୩ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣ ଚିକିତ୍ସିତ ହେଉଛନ୍ତି । ସେହି ପରି ଉତ୍ତରା ଖଣ୍ଡରେ ୫ ଜଣ ଓ ଓଡିଶାରେ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା କରା ଯାଉଛି । ପଶ୍ଚିମବଙ୍ଗରେ ୧୦ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଚିକିତ୍ସିତ ହେଉଛନ୍ତି । ସେହି ପରି ଚଣ୍ଡିଗଡରେ ୭ ଜଣ ଓ ଛତିଶଗଡରେ ୬ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କୁ ମଧ୍ୟ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରା ଯାଉଛି ।
ବିହାରରେ ୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ପଡୁଚେରୀ, ମଣିପୁର ଓ ମିଜୋରାମରେ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ଗୋଆରେ ୩ ଜଣ ଓ ଆଣ୍ଡାମାନ ଓ ନିକୋବର ଆଇସିଲାଣ୍ଡରେ ୨ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ନିଜନିଜ ରାଜ୍ୟରେ ଚିକିତ୍ସା କରା ଯାଉଛି । ଆଜି ଅପରାହ୍ଣସୁଦ୍ଧା ସମଗ୍ର ଦେଶରେ ୭୬୧ ଜଣ ଆକ୍ରାନ୍ତଙ୍କୁ । ଚିହ୍ନଟ କରା ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭୧ ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଆଉ ୬୭୦ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
