ଅର୍ଗସ ବ୍ୟୁରୋ : ଜୁନ 1ରୁ 200ଟି ପାସେଞ୍ଜର ଟ୍ରେନ୍ ଚଳାଚଳ କରିବ ଭାରତୀୟ ରେଲୱେ। ଏହି ଟ୍ରେନ୍ ଯାତ୍ରା ପାଇଁ ମଇ 21ରେ ଟିକେଟ୍ ବୁକିଂ କରିବା ଆରମ୍ଭ ହେବ। ରେଲୱେ ସମସ୍ତ ସ୍ଵତନ୍ତ୍ର ଟ୍ରେନକୁ ନେଇ ଅଗ୍ରୀମ ଆରକ୍ଷଣ ଅବଧିକୁ 30 ଦିନରୁ ବୃଦ୍ଧି କରି 120 ଦିନ କରିଛି। 12 ମଇରୁ ଚାଲୁଥିବା 15 ଯୋଡ଼ା ରାଜଧାନୀ ସ୍ପେଶାଲ ଟ୍ରେନ୍ ଏବଂ ଜୁନ 1ରୁ ଚାଲୁଥିବା 100 ଯୋଡା ଅର୍ଥାତ୍ 200ଟି ନୂତନ ଟ୍ରେନ୍ ସାମିଲ କରାଯାଇଛି।
ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁନ 1ରୁ ପରିଚାଳିତ ହେବାକୁ ଥିବା 200ଟି ନୂତନ ଟ୍ରେନ୍ ପାଇଁ ଅଧିକାରୀକ ୱେବସାଇଟ୍ ଏବଂ ମୋବାଇଲ ଆପ୍ ବ୍ୟତୀତ ବଛା ବଛା ରେଲୱେ ଷ୍ଟେସନର କାଉଣ୍ଟର, ଡାକଘର, ଯାତ୍ରୀ ଟିକେଟ ସୁବିଧା କେନ୍ଦ୍ର, ଅଧିକାରୀକ ଏଜେଣ୍ଟ, ପାସେଞ୍ଜର ସିଷ୍ଟମ ଏବଂ କମନ ସର୍ଭିସ୍ ସେଣ୍ଟର୍ସରୁ ମଧ୍ୟ ଟିକେଟ ବୁକିଂ କରି ପାରିବେ।
ସେହିପରି ଉତ୍ତର ରେଲୱେ ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ଚାଲୁଥିବା ଏବଂ ଏଠାରେ ଅଟକିବାକୁ ଥିବା ଟ୍ରେନ୍ ବିଷୟରେ ସୂଚନା ପ୍ରଦାନ କରିବ। ରେଲୱେ ଏ ନେଇ ସ୍ପଷ୍ଟ କହିଛି ଯେ, ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ପାଇଁ ଯାତ୍ରୀଙ୍କୁ ଅତି କମରେ 90 ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିବେ। ଅସୁସ୍ଥ ଲୋକଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ। ଯାତ୍ରୀଙ୍କୁ ଯାତ୍ରା ସମୟରେ ସାମାଜିକ ଦୂରତ୍ଵ ପାଳନ କରିବାକୁ ପଡ଼ିବ। ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସମୟରେ ଫେସ୍ କଭର କରିବା ଅନିବାର୍ଯ୍ୟ। ଏହାପରେ ଗନ୍ତବ୍ୟ ଷ୍ଟେସନରେ ପହଞ୍ଚିବା ପରେ ଯାତ୍ରୀଙ୍କ ସ୍ଵାସ୍ଥ୍ୟ ପ୍ରୋଟୋକୋଲ ମାନିବା ଜରୁରୀ।
ଏନେଇ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ଵିଟ୍ କରି କହିଛନ୍ତି ଯେ, ମୁଁ ସମସ୍ତ ନାଗରିକଙ୍କୁ ଅପିଲ କରୁଛି ଯେ, ଗମ୍ଭୀର ରୋଗ ଗ୍ରସ୍ତ ଲୋକ, ଗର୍ଭବତୀ ମହିଳା ଏବଂ 65ରୁ ଅଧିକ ବର୍ଷ ଓ 10 ବର୍ଷରୁ କମ୍ ବୟସର ଲୋକ ଶ୍ରମିକ ସ୍ପେଶାଲ ଟ୍ରେନରେ ଅତ୍ୟନ୍ତ ଜରୁରୀ ହେଲେ ଯାଇ ଯାତ୍ରା କରିବାକୁ ଅନୁମତି ମିଳିବ। ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ଅର୍ଗସ ବ୍ୟୁରୋ: ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ କରିବା ପ୍ରସଙ୍ଗରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର।
ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଲା ବିଜେପି । ସେ କହିଛନ୍ତି ଯେ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପିର ଅଭିଯୋଗ । କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ । କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମ ବ୍ରାଞ୍ଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ ।
ବାରମ୍ବାର ଗୋଟିଏ କମ୍ପାନୀକୁ ଟେଣ୍ଡର ନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ । ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଣ୍ଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧାରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ ।
ଆଇଟି ରେଡ ନେଇ ବିଜେପିର ଅଭିଯୋଗ ଉପରେ ବିଜେଡ଼ି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ମନ୍ତ୍ରୀଙ୍କ କିଛି ସଂପୃକ୍ତି ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି ଆଇନ ତା ବାଟରେ ଯିବ। ଯିଏ ସଂପୃକ୍ତ ଥିବ କାର୍ଯାନୁଷ୍ଠାନ ହେବ। ଯେ କୌଣସି ଦଳରେ ଯିଏ ଥିବ କାର୍ଯାନୁଷ୍ଠାନ ହେବ। ସଠିକ୍ ଅନୁସନ୍ଧାନ ଚାଲିଛି। ଆଇଟି ତଦନ୍ତ କରୁଛି ସତ୍ୟାସତ୍ୟ ସାମ୍ନାକୁ ଆସିବ। ବିରୋଧି ତାଙ୍କ କଥା କହିବେ। ବିଜେଡିରେ କିନ୍ତୁ କେହି ସଂପୃକ୍ତ ନାହାନ୍ତି। କିନ୍ତୁ ଓଡିଶା ଭଳି ରାଜ୍ୟରେ ଏତେ ଟଙ୍କା ନଗଦ କ୍ୟାସ ବାହାରିବା ଦେଖି ଆଶ୍ଚର୍ଯ୍ୟ ଲାଗୁଛି ବୋଲି ବିଜେଡି ବିଧାୟକ ସତ୍ୟନାରାୟଣ ପ୍ରଧରନ କହିଛନ୍ତି। ଏହାସହ ଆହୁରି କହିଛନ୍ତି ଯେ, ମହୁଆ ମୋଇତ୍ରଙ୍କ ଘଟଣାରେ ପିନାକୀ ମିଶ୍ରଙ୍କର କୌଣସି ସମ୍ପର୍କ ନାହିଁ। ବିଜେପି ଅଭିଯୋଗର କୌଣସି ବାସ୍ତବତା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: