ଦର୍ଶକ ମଧ୍ୟ ଖେଳ ଦେଖିବାକୁ ପ୍ରସ୍ତୁତ । ଦର୍ଶକଙ୍କ ପାଇଁ ଦିନ 3 ଟାରୁ ଗେଟ୍ ଖୋଲାଯାଇଛି । ଖେଳ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଅଦ୍ଭୁତ ପୂର୍ବ ଉତ୍କଣ୍ଠା ଦେଖିବାକୁ ମିଳିଛି । ନିଜ ପ୍ରିୟ ଟିମ୍ କୁ ଚିୟର କରିବା ପାଇଁ ଚାତକ ପରି ଚାହିଁବସିଛନ୍ତି କ୍ରିକେଟ୍ ପ୍ରେମୀ ।
ସେପଟେ ମେ ଫେୟାରରୁ ବସ ବାହାରିବା ଠୁ ବାରବାଟୀରେ ପହଞ୍ଚିବା ପର୍ଯ୍ୟନ୍ତ ଲୋକମାନେ ନିଜ ପ୍ରିୟ କ୍ରିକେଟରଙ୍କ ଝଲକ ଦେଖିବା ପାଇଁ ରାସ୍ତା ସାରା ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସେପଟେ ମ୍ୟାଚ୍ ଦେଖିବାକୁ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରବାଟୀ ଷ୍ଟାଡିୟମରେ ଘଣ୍ଟ ବଜାଇ ମ୍ୟାଚ୍ ର ଶୁଭାରମ୍ଭ କରିବେ ।