
ନୂଆଦିଲ୍ଲୀ : ସାରା ଦେଶରେ କୋରୋନା ଭୂତାଣୁ କାୟା ବିସ୍ତାର କରିବାରେ ଲାଗିଛି। ଏହି ମଧ୍ୟରେ ଦିଲ୍ଲୀବାସୀଙ୍କ ପାଇଁ ଖୁସୀ ଖବର ଆସିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ଯେ, ଦିଲ୍ଲୀରେ କୋରୋନା ମୁକାବିଲା ପାଇଁ 5 ଜଣିଆ ଡାକ୍ତରଙ୍କ ଏକ ଟିମ ଗଠନ କରାଯାଇଛି। ସେମାନେ କୋରୋନା ମୁକାବିଲା ପାଇଁ ଯୋଜନା କରିବେ। ଯଦି ପ୍ରତିଦିନ 100 କୋରୋନା ରୋଗୀ ଆସନ୍ତି ତେବେ ସେମାନଙ୍କର ଚିକିତ୍ସା ପାଇଁ ଦିଲ୍ଲୀରେ ସମସ୍ତ ବ୍ୟବସ୍ଥା କରାଯାଇଛି।
अगर दिल्ली में करोना के केस बहुत ज़्यादा बढ़ते हैं तो हमें क्या करना है - हमारी doctors की टीम ने उसका पूरा प्लान बना लिया है। हम किसी भी स्थिति का मुक़ाबला करने के लिए तैयार हैं। आज इस प्लान के मुख्य बिंदु आपके साथ साझा करूँगा। LIVE address https://t.co/rbZHGCRUXM
— Arvind Kejriwal (@ArvindKejriwal) March 27, 2020
କେଜ୍ରିୱାଲ କହିଛନ୍ତି ଯେ, ଆମେ ଯୋଜନା ପ୍ରସ୍ତୁତ କରି ସାରିଛୁ। ଯଦି ଗୋଟିଏ ଦିନରେ 100 ଜଣ ରୋଗୀ ଆସନ୍ତି ତେବେ କଣ କରିବାକୁ ହେବ ଆମେ ଯୋଜନା କରି ସାରିଛୁ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଯଦି ସ୍ଥିତି ଖରାପ ଆଡ଼କୁ ଗତିକରେ ତେବେ ହସ୍ପିଟାଲ, ଆମ୍ବୁଲାନ୍ସ, ଡାକ୍ତର, ନର୍ସଙ୍କ ବ୍ୟବସ୍ଥା କରାଯିବ।
