ସେଇଭଳି ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁର ଆମ୍ବତୋଳୁ ଥିବା ବେଳେ ବଜ୍ରପାତରେ ରୂପ ଶବର ନାମରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ପାତ୍ରପୁର ମେଡ଼ିକାଲ ଭର୍ତ୍ତି କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ : ଦେଶରେ ମହାମାରୀ କୋରୋନା ଭୂତାଣ ଦ୍ଵାରା ସଂକ୍ରମିତ ହୋଇ ମୃତକଙ୍କ ସଂଖ୍ୟା 1,075ରେ ପହଁଚିଲାଣି। ସେହିପରି ସଂକ୍ରମିତଙ୍କ ସଂଖ୍ୟା 33,610 ଛୁଇଁଲାଣି। କେନ୍ଦ୍ର ସ୍ଵାସ୍ଥ୍ୟ ଏବଂ ପରିବାର ମନ୍ତ୍ରାଳୟ ଅନୁଯାୟୀ, ଗତ ବୁଧବାର ସନ୍ଧ୍ୟାରୁ ଗୁରୁବାର ଯାଏଁ 1,823 ନୂତନ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି। ଏହି ସମୟରେ 67 ଜଣ ମୃତ୍ୟୁବରଣ କରିଛନ୍ତି। ମୃତକଙ୍କ ସଂଖ୍ୟା 1,075 ରେ ପହଁଚିଛି।
ଦେଶରେ କୋରୋନା ରୋଗୀଙ୍କ ସୁସ୍ଥ ହେବା ହାର ଗତ 14 ଦିନ ଧରି ଥିବା 13.06 ପ୍ରତିଶତରୁ ବୃଦ୍ଧି ଘଟି 25 ପ୍ରତିଶତ ହୋଇଛି।
ସ୍ଵାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ସମୁଦାୟ 24,162 ଜଣଙ୍କର ଚିକିତ୍ସା ଚାଲିଛି। 8,372 ଲୋକ ସୁସ୍ଥ ହୋଇଗଲେଣି। ଏଯାଏଁ 111 ଜଣ ବିଦେଶୀ ସଂକ୍ରମିତ ହୋଇଛନ୍ତି।
ବ୍ରହ୍ମପୁର: ବଜ୍ରପାତ ନେଲା ଦୁଇ ଜୀବନ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ମନ୍ଦରଡା ଗାଁରେ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରପାତରେ ହରି ଗୌଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ କେଦାର ଗୌଡ଼ ଗୁରୁତର ଆହତ ହୋଇଛନ୍ତି।
ସେଇଭଳି ପାତ୍ରପୁର ବ୍ଲକ ମାଦୁକାବାଡ଼ ଗାଁର ଆମ୍ବତୋଳୁ ଥିବା ବେଳେ ବଜ୍ରପାତରେ ରୂପ ଶବର ନାମରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ 3ଜଣ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ପାତ୍ରପୁର ମେଡ଼ିକାଲ ଭର୍ତ୍ତି କରାଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବିବାହର ୧୨ଦିନ ପରେ ନବବଧୂ ହତ୍ୟା ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଂଗଳପୁର ଥାନା ଅଂଚଳରେ । ମଂଗଳପୁର ପଂଚାୟତ ଖଜୁରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ବୋହୁ ମଧୂସ୍ମୀତା ଦାସକୁ ହତ୍ୟା କରାଯାଇଥିବା ମଂଗଳପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ମଂଗଳପୁର ଥାନା ପକ୍ଷରୁ ଆଇଆଇସି ପବିତ୍ର ମହାରଣା ଓ ବିଞ୍ଝାରପୁର ଅତିରିକ୍ତ ତହସିଲଦାର ଠାକୁର ଦାସ ନାୟକଙ୍କ ଉପସ୍ଥିତିରେ ସରଜମିନ ତଦନ୍ତ କରାଯିବା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରିଥିବା ବେଳେ ସ୍ୱାମୀ ବିଶ୍ୱଜିତଙ୍କୁ ପୁଲିସ ଥାନାରେ ଅଟକ ରଖିଛି ।
ଅଧିକ ପଢନ୍ତୁ : ନବବଧୂ ହତ୍ୟା ଅଭିଯୋଗ
ଅଭିଯୋଗ ମୁତାବକ ବିଞ୍ଝାରପୁର ବ୍ଳକ ଅଳକୁଣ୍ଡ ଥାନା ବରିକୂଳ ଗ୍ରାମର ପରେଶ ଚନ୍ଦ୍ର ଦାଶଙ୍କ ଝିଅ ମଧୂସ୍ମୀତାଙ୍କୁ ମଙ୍ଗଳପୁର ଥାନା ଖଜୁରୀମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ପୁଅ ସିପୁ ବୈଦିକ ରୀତିରେ ଗତ ମେ ୨୮ ତାରିଖରେ ବିବାହ କରିଥିଲେ । ବିବାହର ମାତ୍ର ୧୨ଦିନ ବିତି ନଥିବା ବେଳେ ଝିଅର ମୃତ୍ୟୁ ଖବରକୁ ପରିବାର ଲୋକେ ଗ୍ରହଣ କରିପାରୁନାହାନ୍ତି । ଝିଅର ବାପ ଘର ଲୋକଙ୍କୁ ଖବର ଦେଲେ ବେକରେ ଲୁଗା ଲଗାଇ ଆତ୍ମହତ୍ୟା କରିଛି । ଝିଅର ଆତ୍ମହତ୍ୟାକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରି ନଥିଲେ । ଶଶୁର ଘର ଲୋକେ ମିଳିମିଶି ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବାପା ପରେଶ ଥାନାରେ ଅଭିଯୋଗ କରିଛନ୍ତି ।
ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତ୍ରୀ କାଜୋଲ ଦେବଗନଙ୍କ ଏକ ପୋଷ୍ଟ ଫ୍ୟାନମାନଙ୍କୁ ବ୍ୟଥିତ କରିଛି। କାଜୋଲ ଶୁକ୍ରବାର ଇନଷ୍ଟାରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ବୋଲି ଜଣାଇଛନ୍ତି। ସେ ତାଙ୍କର ସମସ୍ତ ଫଟୋକୁ ଇନଷ୍ଟାରୁ ହଟାଇ ଦେଇଛନ୍ତି। ଏଥିସହ ସୋସିଆଲ ମିଡିଆର ଆକାଉଣ୍ଟକୁ ନିଷ୍କ୍ରିୟ କରି କିଛି ସମୟ ପାଇଁ ବିରତି ନେଇଛନ୍ତି। ତାଙ୍କର ଇନଷ୍ଟାରେ କେବଳ ଗୋଟିଏ ପୋଷ୍ଟ ଅଛି। କିନ୍ତୁ ଆଜି ପୁଣି ଇନଷ୍ଟାକୁ ଫରିଥିବାରୁ ଲୋକେ କିଛି ବୁଝିପାରୁ ନାହାନ୍ତି ଟ୍ରୋଲ କରୁଛନ୍ତି।
ସେଥିରେ ଲେଖାହୋଇଛି, ମୋ ଜୀବନରେ କଠିନ ପରୀକ୍ଷଣର ସମ୍ମୁଖୀନ କରୁଛି। କ୍ୟାପ୍ସନରେ ସେ ସୋସିଆଲ ମିଡିଆରୁ ବ୍ରେକ ନେଉଥିବା ଲେଖିଛନ୍ତି। ହେଲେ କାହିଁକି ବ୍ରେକ ନେଉଛନ୍ତି କିଛି ଲେଖିନାହାନ୍ତି। ଏଥିରେ ତାଙ୍କ ଫ୍ୟାନମାନେ ବିଚଳିତ ହୋଇପଡ଼ିଛନ୍ତି। ଏମିତି ଲେଖିବାର କାରଣ କଣ ହୋଇପାରେ। ତାଙ୍କ ପର୍ସନାଲ ଲାଇଫରେ ସବୁ ଠିକ ଚାଲିଛି। ଏମିତି ଫ୍ୟାନ ମାନଙ୍କ ମନରେ ଅନେକ ପ୍ରଶ୍ନ। ତେବେ ଜଣେ ୟୁଜର୍ସ ଲେଖିଛନ୍ତି ଏହା ତାଙ୍କ ଆଗାମୀ ପ୍ରୋଜେକ୍ଟ `ଦି ଗୁଡ ଓ୍ବାଇଫ' ପାଇଁ ପ୍ରମୋଶନ ଯୋଜନା। ଏଥିରେ ଅନେକ ଫ୍ୟାନ ଅଭିନେତ୍ରୀ କାଜୋଲଙ୍କୁ ସପୋର୍ଟ କରିଛନ୍ତି। ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଆମେ ଆପଣଙ୍କ ଅପେକ୍ଷାରେ ରହିଲୁ।
କାଜୋଲ ବଲିଉଡର ଜଣେ ଆଗଧାଡ଼ିର ଅଭିନେତ୍ରୀ। ତାଙ୍କର ଅଭିନୟ ମଧ୍ୟ ସେମିତି ଦମଦାର। ସେ ୧୯୯୨ରୁ ଫିଲ୍ମ `ବେଖୁଦି' ଜରିଆରେ ବଲିଉହ କ୍ୟାରିୟର ଆରମ୍ଭ କରିଥିଲେ। ‘ଡିଡିଏଲଜେ’, ‘କୁଛକୁଛ ହୋତା ହୈ’ ଓ ‘ଦିଲଓ୍ୱାଲେ’ ଭଳି ସିନେମାରେ ନିଜର ଜଲୱା ଦେଖାଇ ସାରିଥିବା ଅଭିନେତ୍ରୀ କାଜୋଲଙ୍କ ସୋସିଆଲ ମିଡିଆରେ ୧୪.୪ଲକ୍ଷ ଫ୍ୟାନ ଫଲୋଇଙ୍ଗ ରହିଛନ୍ତି। କାଜୋଲ ସୋସିଆଲ ମିଡିଆରେ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ସେୟାର କରିଥାଆନ୍ତି। ଯାହାକୁ ତାଙ୍କ ଫ୍ୟାନମାନେ ବେଶ ପସନ୍ଦ ବି କରିଥାଆନ୍ତି। ଶେଷଥର ପାଇଁ ତାଙ୍କୁ ମୁଭି ସଲାମ ଭେଙ୍କିରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଏକ ଫିଲ୍ମ `ଲଭ ଷ୍ଟୋରି ୨' ଆସନ୍ତା ୨୯ରେ ନେଟଫ୍ଲିକ୍ସରେ ରିଲିଜ ହେବାକୁ ଯାଉଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର