Headlines 9 am | 08 Feb 2023 | Argus News
ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3390 ଜଣ ସଂକ୍ରମିତ, 103 ମୃତ
ଅର୍ଗସ ବ୍ୟୁରୋ : ମହାମାରୀ କୋରୋନା ଭୂତାଣୁ କବଳରେ ସାରା ଦେଶ। ଦେଶ ସାରା ହୁ ହୁ ହୋଇ ମାଡ଼ି ଚାଲିଛି ମହାମାରୀ କୋରୋନା ଭୂତାଣୁ। ଦେଶରେ ଏବେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 56 ହଜାର 342ରେ ପହଁଚିଲାଣି। ସେପଟେ ଏହି ମହାମାରୀରୁ 16 ହଜାର 540 ଜଣ ସୁସ୍ଥ ହୋଇଥିବା ବେଳେ 37 ହଜାର 916 ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଗତ 24 ଘଣ୍ଟା ମଧ୍ୟରେ ସାରା ଦେଶରେ 3390 ଜଣ ଆକ୍ରାନ୍ତ ହୋଇଥିବା ବେଳେ 103 ଜଣ ମୃତ୍ୟୁବରଣ କରିଛନ୍ତି।
ସୂଚନାନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ 17 ହଜାର 974 ଜଣ ଆକ୍ରାନ୍ତ ହୋଇଥିବା ବେଳେ 694 ଜଣ ମୃତ୍ୟୁବରଣ କରିଛନ୍ତି। ସେହିପରି ଗୁଜୁରାଟରେ 425, ମଧ୍ୟପ୍ରଦେଶରେ 193, ପଶ୍ଚିମବଙ୍ଗରେ 151 ଜଣ ମୃତ୍ୟୁବରଣ କରିଛନ୍ତି। କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି।
Download Argus News App
