ମୁମ୍ବାଇ: ଏସିଆର ସର୍ବ ବୃହତ ବସ୍ତି ଅଞ୍ଚଳରେ କୋରୋନା ଭାଇରସ ବ୍ୟାପିଥିବା ଆଶଙ୍କା । ମୁମ୍ବାଇର ଧରାବି ଅଂଚଳରେ କୋରୋନା ସଂକ୍ରମଣ ବ୍ୟାପିଥିବା ନେଇ ଆଶଙ୍କା କ୍ରମେ କ୍ରମେ ଦୃଢିଭୁତ ହେଉଛି । ପ୍ରାୟ 5 ବର୍ଗ କିଲୋମିଟର ବିଶିଷ୍ଟ ଏହି ବସ୍ତିରେ 10 ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି । ତେବେ 2 ଜଣ କୋରୋନା ପଜେଟିଭ ମିଳିବା ପରେ ସଂକ୍ରମଣ ନେଇ ଚିନ୍ତା ବଢିଛି । କୋରୋନା ଆକ୍ରାନ୍ତରେ ଜଣେ 56 ବର୍ଷିୟ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଏବେ ଚିକିତ୍ସିତ ହେଉଛନ୍ତି । ବୁଧୁବାର ବସ୍ତିର ଜଣେ ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେ ବାହାର ଦେଶକୁ ଯାଇ ନଥିଲେ । ବସ୍ତି ଥଇଥାନ ଯୋଜନାରେ ମିଳିଥିବା ଘରେ ସେ ରହୁଥିଲେ ।
କୋରୋନା ସଂକ୍ରମଣ ଆଶଙ୍କାରେ ସେ ମାର୍ଚ୍ଚ 23ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ବସ୍ତିରେ କୋରୋନା ପଜେଟିଭ ଜଣା ପଡିବା ପରେ ତାଙ୍କ ପରିବାର ସହ ବସ୍ତିର 300 ଫ୍ଲାଟ ଓ 90 ଦୋକାନକୁ ସିଲ କରାଯାଇଛି । ସେପଟେ ଗୁରୁବାର 52 ବର୍ଷୀୟ ସଫେଇ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । ତାଙ୍କ ଘର ୱାରଲି ଅଞ୍ଚଳରେ ଛେପ ପକାଇଲେ 2ବର୍ଷ ଜେଲକଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଏକ କଠୋର ନିୟମ ଜାରି କରିଛନ୍ତି ବେଲଜିୟମ୍ ସରକାର । କାହିଁକି ନା ବେଲଜିୟମରେ କୋରୋନା ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି । ଲୋକମାନେ କିଭଳି ଏହାକୁ ସଠିକ୍ ରୂପେ ମାନିବେ, ସେନେଇ ପୋଲିସ ମଧ୍ୟ ନିୟୋଜିତ କରାଯାଇଛି ।
କିନ୍ତୁ କିଛି ଲୋକଙ୍କୁ ଏସବୁ ଅସୁବିଧା ଲାଗୁ ଥିବାରୁ ସେମାନେ ଜାଣିଶୁଣି ପୋଲିସ ସହିତ ଅଯଥା ବଚସା କରିବା ସହ କିଭଳି ସେମାନଙ୍କୁ କୋରୋନା ବ୍ୟାପିବ ସେନେଇ ତାଙ୍କ ଉପରେ ଛେପ ପକାଉଛନ୍ତି । ଏପରିକି ଜାଣିଶୁଣି ସେମାନଙ୍କ ନିକଟରେ କଫ ମଧ୍ୟ ବାହାର କରୁଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ ଆକ୍ରାନ୍ତ ବ୍ୟକ୍ତିଙ୍କ କଫ ଏବଂ ଛେପରୁ ବି ଏହି ଭାଇରସ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି ।
ତେଣୁ ବେଲଜିୟମରେ କିଛି ଅସାମାଜିକ ବ୍ୟକ୍ତି ଜାଣିଶୁଣି ଏଭଳି କିଛି କାର୍ଯ୍ୟକଳାପ କରୁ ଥିବାରୁ ପୋଲିସ କର୍ମୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।ତେଣୁ ଏନେଇ ବେଲଜିୟମରେ ନୂତନ ଆଇନ୍ କରାଯାଇଛି । ଯେଉଁମାନେ ପୋଲିସ ଉପରେ ଛେପ ପକାଇବେ କିମ୍ବା ସେମାନଙ୍କ ନିକଟରେ କଫ ବାହାର କରିବେ ସେମାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯିବ ।
ଖାଲି ସେତିକି ନୁହେଁ ଏଭଳି ବ୍ୟକ୍ତିଙ୍କ ବିରୋଧରେ 250ରୁ 2ହଜାର ୟୁରୋ ଯାଏଁ ଜରିମାନା ବି ଲାଗୁ କରାଯାଇଛି । ସେହିପରି ଯଦି କୌଣସି ବ୍ୟକ୍ତି ଅନ୍ୟ ମାନଙ୍କ ପାଇଁ ଉଦିଷ୍ଟ ଖାଦ୍ୟ ପଦାର୍ଥରେ ଛେପ ପକାଏ କିମ୍ବା ତାର ନିକଟରେ କାଶେ , ତାହେଲେ ତାଙ୍କୁ 5ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।
