କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଜି କରୋନା ପ୍ରୋଟୋକଲ ସହ ମେଟ୍ରୋ ସେବା ପୁଣିଥରେ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ଭଳି ସହରରେ ଆରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀରେ ମେଟ୍ରୋ ଟ୍ରେନ କେବଳ ୟେଲୋ ଲାଇନରେ ଆରମ୍ଭ ହୋଇଛି | ସକାଳ ୭ଟାରେ ହୁଡା ସିଟି ସେଣ୍ଟରରୁ ସମୟପୁର ବାଦଲି ଅଭିମୁଖେ ଏହି ଯାତ୍ରା ଆରମ୍ଭ କରିଛି ମେଟ୍ରୋ।
୪୯କିଲୋମିଟର ଏହି ୟେଲୋ ଲାଇନରେ ମେଟ୍ରୋ ରେଳ ଚଳାଚଳ କରୁଛି। ଏହି ମାର୍ଗରେ ସମୁଦାୟ ୩୭ଟି ଷ୍ଟେସନ୍ ଅଛି, ସେଥିମଧ୍ୟରୁ ୨୦ଟି ଷ୍ଟେସନ୍ ଭୂତଳ ଥିବାବେଳେ ୧୭ଟି ଉପରେ ଅଛି | ଏହି ମାର୍ଗରେ ଥିବା ମେଟ୍ରୋ ରେଳ ସକାଳ ୭ରୁ ୧୧ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୪ରୁ ୮ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ। ଦିନରେ ୪ଘଣ୍ଟା ଏବଂ ସନ୍ଧ୍ୟା ସମୟରେ ୪ଘଣ୍ଟା ମେଟ୍ରୋ ଟ୍ରେନ ଚଳାଚଳ କରିବ। ଯାତ୍ରୀ ମାନଙ୍କୁ face ମାସ୍କ, ସମାଜିକ ଦୂରତା ଏବଂ ପ୍ରତିଟି ସ୍ଥାନରେ ସାନିଟାଇଜ କରିବାମ ପାଇଁ ବ୍ୟବସ୍ଥା କରାଯାଇଛି। ଯାତ୍ରୀ ମାନଙ୍କ ସୁରକ୍ଷା ଯାତ୍ରା ପାଇଁ ଏକ ହଜାର ଅଧିକ ସୁରକ୍ଷା କର୍ମୀ ନିୟୋଜିତ ହୋଇଛନ୍ତି