Loka Kalyana | 30 Jan 2023 | Argus News
ପିଏମ କେୟାର୍ସ ଫଣ୍ଡକୁ ୩୩ କୋଟି ଦାନ କଲେ ବିଏସଏଫ୍ ଯବାନ
ନୂଆଦିଲ୍ଲୀ: ପିଏମ କେୟାର୍ସ ଫଣ୍ଡକୁ ୩୩ କୋଟି ଦାନ କଲେ ବିଏସଏଫ୍ ଯବାନ । କୋରୋନା ଭାଇରସର ମୁକାବିଲା କରିବା ପାଇଁ ସହଯୋଗର ହାତ ବଢ଼ାଇଲେ ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଯବାନମାନେ । ପିଏମ କେୟାର୍ସ ଫଣ୍ଡକୁ ୩୩,୨୮ କୋଟି ଟଙ୍କା ଦାନ କରିଛନ୍ତି।
ବିଏସଏଫ ଯବାନମାନେ ପ୍ରତ୍ୟେକ ଦିନକର ଦରମା ଟଙ୍କାକୁ ପିଏମ କେୟାର୍ସ ଫଣ୍ଡକୁ ଦେଇଛନ୍ତି ବୋଲି ବିଏସଫଏର ମୁଖପାତ୍ର ଶୁଭେନ୍ଦୁ ଭରଦ୍ୱାଜ କହିଛନ୍ତି।କରୋନା ଭାଇରସରେ ଦେଶରେ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏହି ମହାମାରୀ ସହ ଲଢିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯଥା ସମ୍ଭବ ପ୍ରୟାସ ଜାରୀ ରଖିଛନ୍ତି ।
Download Argus News App
