ନୂଆଦିଲ୍ଲୀ : ସାରା ବିଶ୍ୱରେ ଏବେ କୋରୋନା ଲଢେଇ ଚିନ୍ତାରେ ବୁଡି ରହିଛି। ଏହି ଲଢେଇରେ ଭାରତ ନେତୃତ୍ୱ ନେବା ପାଇଁ ଅନେକ ଦେଶ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଦେଶକୁ ସାହାଯ୍ୟ ପାଇଁ ମଧ୍ୟ ଆଗେଇ ଆସିଛନ୍ତି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ହ୍ୱାଇଟ ହାଉସ ମଧ୍ୟ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ଟ୍ୱିଟରରେ ଫଲୋ କରିବା ଆରମ୍ଭ କରିଛି ।
ବିଶ୍ୱର ପ୍ରଥମ ଏବଂ ଏକମାତ୍ର ନେତା ଭାବେ ମୋଦିଙ୍କୁ ଫଲୋ କରିଛି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ୨ ଦିନ ପୂର୍ବରୁ ଆମେରିକାକୁ ଭାରତ ମେଡିସିନ ପଠାଇବା ପାଇଁ ହଁ କରିଥିଲେ । ଯେଉଁଥି ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜ ଟ୍ୱିଟରରୁ ଭାରତ ଏବଂ ମୋଦିଙ୍କ ପାଖରେ କୃତଜ୍ଞ ବୋଲି ମଧ୍ୟ କହିଥିଲେ ଟ୍ରମ୍ପ । ହାଇଡ୍ରୋକ୍ସିକ୍ଲୋରୋକୁଇନ୍ (HCQ) ପଠାଇବାର ୨୪ ଘଣ୍ଟା ମଧ୍ୟରେ ମୋଦିଙ୍କ ଟ୍ୱିଟର ଆକାଉଣ୍ଟକୁ ଫଲୋ କରିବା ଆରମ୍ଭ କରିଛି ହ୍ୱାଇଟ ହାଉସ୍ । ଏବେ ଭାରତ କିପରି ଏହି ସଂକଟର ମୁକଵିଲା କରୁଛି କଣ ସବୁ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ମୋଦୀ ଗ୍ରହଣ କରୁଛନ୍ତି ତାହା ଜାଣିବା ପାଇଁ ହ୍ୱାଇଟ ହାଉସ ଫଲୋ କରୁଥିବା ଅନେକ ମତ ଦେଇଛନ୍ତି।
ହ୍ୱାଇଟ ହାଉସ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ । ଏହି ଟ୍ୱିଟର ଆକାଉଣ୍ଟ ରେ ୧୯ ଜଣ ବିଶିଷ୍ଟ ଲୋକ ଏବଂ ସଂସ୍ଥାକୁ ଫଲୋ କରୁଛନ୍ତି । ଯେଉଁଥିରେ ଜଣେ ମଧ୍ୟ ବିଦେଶର ନେତା ନାହାଁନ୍ତି । ଭାରତର ପିଏମଓ କାର୍ଯ୍ୟାଳୟ ଏବଂ ରାଷ୍ଟ୍ରପତିଙ୍କ ଟ୍ୱିଟର ହ୍ୟାଣ୍ଡଲକୁ ମଧ୍ୟ ହ୍ୱାଇଟ ହାଉସ ଫଲୋ କରୁଛି । ଏବେ ହ୍ୱାଇଟ ହାଉସର ୨୧.୪ ମିଲିୟନ ଫଲୋୟର୍ସ ଅଛନ୍ତି । ଏହା ବ୍ୟତୀତ ଆମେରିକା ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତିଙ୍କ ଏବଂ ଭାରତୀୟଙ୍କ ସହ ସମ୍ପର୍କ ଥିବା ୟୁଏସଏ ଏମ୍ବାସି ଓ ୱାସିଂଟନରେ ଥିବା ଭାରତୀୟ ଏମ୍ବାସି ମଧ୍ୟ ଟ୍ୱିଟରକୁ ଫଲୋ କରୁଛନ୍ତି ।
