ନୂଆଦିଲ୍ଲୀ : ଗୃହମନ୍ତ୍ରୀ ଅମିତ ଶାହ ଲୋକମାନଙ୍କୁ ଜନତା କର୍ଫ୍ୟୁକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକୁ ସଫଳ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ଆମେ ସମସ୍ତେ ମିଶି କୋରୋନାର ଶୃଙ୍ଖଳାକୁ ଭାଙ୍ଗିବା ଏବଂ ଏହି ମହାମାରିରୁ ବର୍ତ୍ତିବା ପାଇଁ ଯୋଗଦାନ ଦେବା।
ଶାହ ଟ୍ଵିଟ୍ କରି କହିଛନ୍ତି ଯେ, ଜନତା କର୍ଫ୍ୟୁ ହେଉଛି କୋରୋନା ଭୂତାଣୁ ବିରୋଧରେ ଲୋକମାନଙ୍କ ଲଢେଇ। ଏହା ଏବେ ଆରମ୍ଭ ହୋଇ ସାରିଛି। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକୁ ସଫଳ କରିବାକୁ ଅପିଲ କରୁଛି। ଦେଶବାସୀଙ୍କୁ ଏହି ଆନ୍ଦୋଳନରେ ଅଂଶ ଗ୍ରହଣ କରିବାକୁ ଅପିଲ କରୁଛି। ଆମେ ସମସ୍ତେ ମିଶି ସାମାଜିକ ଦୂରତ୍ଵ ରକ୍ଷା କରିବା ଏବଂ ସ୍ଵୟଂକୁ ଅଲଗା ରଖି ଦେଶରେ ଏହି ମହାମାରୀ ବ୍ୟାପିବାରୁ ରକ୍ଷା କରିବା।
ଅର୍ଗସ ବ୍ୟୁରୋ : ବିଶ୍ବ ପ୍ରସିଦ୍ଧ ବୌଦ୍ଧସ୍ତୁପ ଲଳିତଗିରି, ଉଦୟଗିରି, ରତ୍ନଗିରି ଓ ଭିତରକନିକା ଅଭୟାରଣ୍ୟ ବୁଲିବାକୁ ବିଶ୍ବର ବିଭିନ୍ନ ସ୍ଥାନରୁ ଆସୁଛନ୍ତି ଅନେକ ପର୍ଯ୍ୟଟକ । ଏହି ପର୍ଯ୍ୟଟନସ୍ଥଳୀ ଗୁଡିକ ପାଇଁ ପାରାଦୀପ-ହରିଦାସପୁର ରେଳପଥ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଥିବା ବେଳେ ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ କରିବାକୁ ରେଳମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଛନ୍ତି ମାହାଙ୍ଗା ବିଜେପି ନେତା ଶାରଦା ପ୍ରଧାନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଯାତ୍ରୀବାହୀ ରେଳ ଚଳାଚଳ ଆରମ୍ଭ ହେଲେ ଅଧିକରୁ ଅଧିକ ପର୍ଯ୍ୟଟକ ଆସିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଉନ୍ନତି ହୋଇପାରିବ । ତେବେ ରେଳ ଚଳାଚଳ ନେଇ ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଦିଆଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶାରଦା ପ୍ରଧାନ ।
ଅର୍ଗସ ବ୍ୟୁରୋ : କଟକ ଚୌଦ୍ବାରରେ ପ୍ରତିଷ୍ଠା ହେବ ବହୁ ପ୍ରତିକ୍ଷୀତ ବୟନ ଶିଳ୍ପ ପ୍ରତିଷ୍ଠାନ । ସମ୍ବଲପୁରର ନିଲ ଡୁଙ୍ଗୁରୀରେ ବି ନିର୍ମାଣ ହେବ ପ୍ଲାଷ୍ଟିକ ପ୍ରସ୍ତୁତକାରୀ ଓ ଡି.ଆଇ ପାଇପ କାରଖାନା । ଦୁଇଟି ଶିଳ୍ପ ପ୍ରତିଷ୍ଠାନ ଲାଗି ୱେଲସ୍ପନ କମ୍ପାନୀକୁ ମଞ୍ଜୁରି ଦେଇଛି ରାଜ୍ୟ କ୍ୟାବିନେଟ । ମୁଖ୍ୟ ଶାସନ ସଚିବ କହିଛନ୍ତି ଦୁଇଟି ଶିଳ୍ପ ଦ୍ବାରା ରାଜ୍ୟରେ ୬୬୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୨୦,୦୦୦ ନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ । ବିଶେଷ କରି ଚୌଦ୍ବାରରେ ସୁତାରୁ ଆରମ୍ଭ କରି କପଡା ପ୍ରସ୍ତୁତ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରାଯିବ । ମୁଖ୍ୟତଃ ବୟନ ଶିଳ୍ପର କଞ୍ଚାମାଲ ହିସାବରେ କପାକୁ ବ୍ୟବହାର କରାଯାଉଥିବାରୁ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଆଦି ଜିଲ୍ଲା ମାନଙ୍କୁ ବେଶ ଫାଇଦା ମିଳିବ । ସେଠାକାର କୃଷକ ମାନଙ୍କ ଦ୍ବାରା ଉତ୍ପାଦିତ କପାକୁ ଉଚିତ ମୁଲ୍ୟ ଦେୟରେ କିଣି ସେମାନଙ୍କୁ କପା ଚାଷ ପାଇଁ ଉତ୍ସାହିତ କରାଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତେବେ କପା ଉତ୍ପାଦନ କରୁଥିବା ଚାଷୀ ଏବେ ରାଜ୍ୟରେ ପାଉନାହାଁନ୍ତି ନଜ ଝାଳର ମୁଲ । ମଣ୍ଡି ନ ଥିବାରୁ ମହାରାଷ୍ଟ୍ରକୁ ଯାଉଛି ଓଡିଶାର କପା । ସୂବର୍ଣ୍ଣପୁରର କପା ଚାଷୀ ଅଭାବି ବିକ୍ରିର ସମ୍ମୁଖୀନ ହେଉଥିଲେ ବି ଖୋଲୁନି ମଣ୍ଡି । ସେପଟେ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ କିପରି ଶିଳ୍ପ ସଂସ୍ଥା ବୁଡିବାରେ ଲାଗିଛି । ତିର୍ତ୍ତୋଲ ସୁତାକଳ, ଓଟିଏମ୍, ପାର୍ବତୀ ପାୱାରଲୁମ୍-ଜଗତସିଂହପୁର, ରାମନଗର ପାୱାରଲୁମ୍-ବରଗଡ,ବାରିପଦା ପାୱାରଲୁମ୍-ମୟୁରଭଂଜ, ମହାଲକ୍ଷ୍ମୀ ପାୱାରଲୁମ୍-ସୁନ୍ଦରଗଡ, ବଳଦେବଜୀଉ ପାୱାରଲୁମ୍-କେନ୍ଦ୍ରାପଡା,ମା ବାଉତୀ ପାୱାରଲୁମ୍-ଆଠଗଡ,ମାଣିକେଶ୍ୱରୀ ପାୱାରଲୁମ୍-କଳାହାଣ୍ଡି, ମଧୁନଗର,ବରୁଣେଇ ବ୍ରହ୍ମପୁର ପାୱାରଲୁମ୍ ସମେତ ୧୩ ଟା ସ୍ପିନିଂ ମିଲ୍ ସବୁଦିନ ପାଇଁ ବନ୍ଦ ହୋଇ ଯାଇଛି ।
ଗୋଟିଏ ପଟେ ରାଜ୍ୟର ସୁତାକଳ ବନ୍ଦ ହେଉଛି । ଅନ୍ୟ ପଟେ ରାଜ୍ୟର କୁଶଳୀ କାରିଗର ଅନ୍ୟରାଜ୍ୟର ବୟନ ଶିଳ୍ପକୁ ସମୃଦ୍ଦ କରୁଛନ୍ତି । ସୁରଟ ସମେତ ଅନ୍ୟ ରାଜ୍ୟରେ ବୟନଶିଳ୍ପକୁ ସମୃଦ୍ଧ କରିବାରେ ଓଡିଆ ଶ୍ରମିକଙ୍କ ଝାଳ । ହେଲେ ଓଡିଆ କୁଶଳୀ କାରିଗର ପାଇଁ ରାଜ୍ୟରେ ଖୋଲୁନି ବୟନ ଶିଳ୍ପ ? ବନ୍ଦ ପଡିଥିବା ସୂତାକଳ ଗୁଡିକୁ ପୁନଃ କାର୍ଯ୍ୟକ୍ଷମ ପାଇଁ କାହିଁକି ମନ ବଳାଉ ନାହାନ୍ତି ରାଜ୍ୟ ସରକାର ? କାହିଁକି ଓଡିଶାର କପା ଯାଉଛି ମହାରାଷ୍ଟ୍ର ? କାହିଁକି ରାଜ୍ୟର କପା ଚାଷୀଙ୍କୁ ମିଳୁନି ପ୍ରୋତ୍ସାହନ ? ଏ କଣ ୨୪ ବର୍ଷ ସରକାରର ପୁରୁଷାର୍ଥ ?