NCB ଏହାର ବିବୃତ୍ତିରେ କହିଛି ଯେ ରିୟା ଡ୍ରଗ୍ସ ପାଇବା ପାଇଁ ଟଙ୍କା ଦେଇଥିଲେ, କିନ୍ତୁ ଡ୍ରଗ୍ସ ସେବନ କରିଥିବା କଥା ସ୍ୱୀକାର କରିନଥିଲେ। ସୂଚନାଯୋଗ୍ୟ, 14 ଜୁନ୍ ଦିନ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ମିଳିଥିଲା। ଏହି ମାମଲାରେ ଏପର୍ଯ୍ୟନ୍ତ ମାମଲା ସମାଧାନ ହୋଇନାହିଁ। ଏନସିବି ସହିତ ସିବିଆଇ ଏବଂ ଇଡି ମଧ୍ୟ ଏହି ମାମଲାରେ ଜଡିତ ଅଛନ୍ତି।
ରିୟା ଚକ୍ରବର୍ତ୍ତୀଙ୍କୁ ଏନସିବି କାର୍ଯ୍ୟାଳୟରୁ ବାଇକୁଲ୍ଲା ଜେଲକୁ ନିଆଯାଇଛି। ରିୟାଙ୍କୁ ବର୍ତ୍ତମାନ 14 ଦିନ ଜେଲରେ ରହିବାକୁ ପଡିବ । ଏବେ ଦେଖିବାକୁ ମିଳିବ ଯେ ରିୟାଙ୍କ ଜାମିନ ଆବେଦନ କୋର୍ଟ ଗ୍ରହଣ କରିବେ କି ନାହିଁ।