ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ବିଭିନ୍ନ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ଦାଖଲ କରିବାର ସମୟସୀମାକୁ ବୃଦ୍ଧି କରିଛନ୍ତି | ଦେଶରେ COVID-19 ମହାମାରୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ନ୍ୟାସନାଲ କାଉନସିଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ JEE 2020, ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ୍ ୟୁନିଭରସିଟିର ପିଏଚଡି ଏବଂ ଓପେନମାଟ୍ (ଏମବିଏ), ଭାରତୀୟ କୃଷି ଅନୁସନ୍ଧାନ (ଆଇସିଆର) ଏବଂ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାର ଶେଷ ତାରିଖ ମେ ମାସ 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ଏକ ପ୍ରେସ ବିବୃତି ରେ ଏନଟିଏ ପକ୍ଷରୁ କୁହାଯାଇଛି ଯେ ଅଲ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ୍ ପ୍ରବେଶିକା ପରୀକ୍ଷା ପାଇଁ ଶେଷ ତାରିଖ ଚଳିତ ବର୍ଷ ଜୁନ୍ 5 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
15 ମେ 2020 ପରେ ପରିସ୍ଥିତି କୁ ଦେଖି ବିଭିନ୍ନ ପରୀକ୍ଷ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଏବଂ ପରୀକ୍ଷଣର ସଂଶୋଧିତ ତାରିଖ ବିଷୟରେ ବିସ୍ତୃତ କାର୍ଯ୍ୟସୂଚୀ ସଂପୃକ୍ତ ଓ୍ୱେବସାଇଟ୍ରେ ଉପଲବ୍ଧ ହେବ। www.nta.ac.in ରେ ପୃଥକ ଭାବରେ ସମସ୍ତ ସୂଚନା ପ୍ରଦର୍ଶିତ ହେବ |
