Loka Kalyana | 30 Jan 2023 | Argus News
ବେକାବୁ କୋରୋନା: ଆମେରିକାରେ ୨୪ ଘଣ୍ଟା ମଧ୍ୟରେ ୧୭୮୩ ମୃତ
ଅର୍ଗସ ବ୍ୟୁରୋ: କୋରୋନା ଭାଇରସ୍ରେ ମୃତକଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବଢିବାରେ ଲାଗିଛି । 209 ଦେଶରେ ଏପର୍ଯ୍ୟନ୍ତ 90 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ସେହିପରି 15 ଲକ୍ଷ ରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିରୁ ତିନି ଲକ୍ଷ 30 ହଜାରରୁ ଅଧିକ ଲୋକ ଠିକ୍ ହୋଇସାରିଛନ୍ତି ।
ତେବେ ଏହି ମଧ୍ୟରେ ଆମେରିକାର ସ୍ଥିତି ଗମ୍ଭିର ହେବାରେ ଲାଗିଛି । ଆମେରିକାରେ 15,000ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଗତ 24 ଘଣ୍ଟାରେ 1783 ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ଚୀନ୍ରେ କୋରୋନା ପୁନର୍ବାର ଫେରିଛି । ଲକ୍ଡାଉନ୍ ସତ୍ୱେ ମଧ୍ୟ କାୟା ବିସ୍ତାର କରିଚାଲିଛି କୋରୋନା ।
Download Argus News App
