ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ମହାମାରୀକୁ 100 ତମ ଦିନ ହୋଇଛି | ଜାନୁଆରୀ 30 ରେ ଜଣେ ଡାକ୍ତରୀ ଛାତ୍ର ଚୀନ୍ର ଉହାନରୁ କେରଳ ଫେରି ଜ୍ୱର ଏବଂ ଗଳା ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ସେ covid 19 ପରୀକ୍ଷା କରିବା ପରେ ସଂକ୍ରମଣ ଥିବା ଜଣା ପଡିଥିଲା । ଏହା ଥିଲା ଭାରତର ପ୍ରଥମ ମାମଲା। ଏବେ 100 ଦିନରେ ଏହି ସଂକ୍ରମଣ ମାମଲା 60 ହଜାର ଛୁଇଁବାକୁ ଯାଉଛି।
ତେବେ ଏ ପର୍ଯ୍ୟନ୍ତ ଭାରତରେ ଗୋଷ୍ଠି ସଂକ୍ରମଣ ହୋଇନାହିଁ। ଭାରତ ସରକାରଙ୍କ ସୁଚିନ୍ତିତ ନିଷ୍ପତି ଯୋଗୁଁ ଭାରତ ଅନ୍ୟଦେଶ ମାନଙ୍କ ତୁଳନାରେ ଭଲ ସ୍ଥିତିରେ ରହିଛି। ଭାରତରେ ପ୍ରଥମ ମାମଲା ରିପୋର୍ଟ ହେବାର 30 ଦିନ ଅପେକ୍ଷାକୃତ ସଂକ୍ରମଣ ସଂଖ୍ୟା ବହୁତ କମ ରହିଥିଲା । ଏହାପରେ ମାମଲାର ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ଘଟିଥିଲା।
ପ୍ରଥମ 50 ଦିନରେ ଭାରତରେ 200 ରୁ କମ୍ ସକରାତ୍ମକ ମାମଲା ହୋଇଥିଲା। ଏପ୍ରିଲ୍ ଆରମ୍ଭରୁ ମାମଲା ଗୁଡ଼ିକ ବୃଦ୍ଧି ପାଇଛି ଏବଂ ମେ ମାସରେ ଭାରତରେ 2,000 ରୁ ଅଧିକ କେସ୍ ପ୍ରତିଦିନ ରିପୋର୍ଟ ହେଉଛି। ଭାରତ ମହାମାରୀର ପ୍ରଥମ 100 ଦିନରେ ଆମେରିକା, ବ୍ରିଟେନ ଭଳି ଦେଶ ତୁଳନାରେ ବହୁତ ଭଲ ସ୍ଥିତିରେ ରହିଛି। 21 ଜାନୁଆରୀରେ ଆମେରିକାରେ ପ୍ରଥମ ମାମଲା ରିପୋର୍ଟ ହୋଇଥିଲା | ଫେବୃଆରୀ ଶେଷ ସୁଦ୍ଧା, ଆମେରିକାରେ 68 ଟି ମାମଲା ହୋଇଥିଲ କିନ୍ତୁ ମାର୍ଚ୍ଚ ଶେଷ ସୁଦ୍ଧା ଆମେରିକାରେ ମାମଲା ସଂଖ୍ୟା 200,000 ରେ ପହଞ୍ଚିଛି।
ଆମେରିକାରେ ମହାମାରୀର 100 ତମ ଦିନ ସୁଦ୍ଧା ସକରାତ୍ମକ ମାମଲା 13 ଲକ୍ଷ ଅତିକ୍ରମ କରିସାରିଛି। 78 ହଜାର 2ଶହ ଲୋକ ମୃତ୍ୟୁବରଣ କରିଛନ୍ତି । ଭାରତର ଗୋଟିଏ ଦିନ ଅର୍ଥାତ୍ 31 ଜାନୁଆରୀରେ ବ୍ରିଟେନ ରେ ପ୍ରଥମ କୋରୋନ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିଲା। ଫେବୃଆରୀ ଶେଷ ସୁଦ୍ଧା ବ୍ରିଟେନରେ 23 ଟି ମାମଲା ହୋଇଥିଲା। ମାର୍ଚ୍ଚ ଶେଷ ସୁଦ୍ଧା ଏହି ସଂଖ୍ୟା 25,000 କୁ ବୃଦ୍ଧି ପାଇଛି। ମେ 7 ସୁଦ୍ଧା, ବ୍ରିଟେନରେ 2,00,000 ରୁ ଅଧିକ କେସ୍ ରିପୋର୍ଟ ହୋଇଛି।
ବର୍ତ୍ତମାନ ଆମେରିକା କିମ୍ବା ବ୍ରିଟେନ ଭଳି ଭାରତରେ ଅଧିକ ବେଗରେ ମାମଲା ବୃଦ୍ଧି ପାଉଛି। ଯୁକ୍ତରାଷ୍ଟ୍ର ଏବଂ ବ୍ରିଟେନରେ ମାମଲା ସଂଖ୍ୟା ବହୁତ ଅଧିକ, କିନ୍ତୁ ଭାରତରେ ମାମଲା ବୃଦ୍ଧି ହେବାର ଗତି ବହୁତ ମନ୍ଥର ନେହେଲ ପରିସ୍ଥିତି ଭୟଙ୍କର ହେବ। ଏପରି ପରିସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକରୁ ଅଧିକ ପରୀକ୍ଷା କରିବା । ପରିସ୍ଥିତି କିପରି ଆଗକୁ ରହିବ
ତାହା ଏଥିରୁ ସ୍ପଷ୍ଟ ହେବ । କେଉଁ ରାଜ୍ୟ କେତେ ପରୀକ୍ଷା କରୁଛନ୍ତି? ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେମାନେ 'ସଠିକ୍' ଲୋକଙ୍କୁ ପରୀକ୍ଷା କରୁଛନ୍ତି କି ନାହିଁ, ଏହାର ଉତ୍ତର ଏବେ ବି ସ୍ପଷ୍ଟ ହୋଇନାହିଁ। ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ପରି ଅଧିକ ପ୍ରଭାବିତ ରାଜ୍ୟ ଅଧିକ ଲୋକଙ୍କୁ ପରୀକ୍ଷା କରିବା ଉଚିତ୍।
ଅନ୍ୟପକ୍ଷରେ, ଉଚ୍ଚ ପରୀକ୍ଷଣ ପଜିଟିଭିଟି ହାର (ଟିଆରପି) ଥିବା ତେଲେଙ୍ଗାନା, ତାମିଲନାଡୁ, ପରି ରାଜ୍ୟଗୁଡିକ ମଧ୍ୟ ଅଧିକ ପରୀକ୍ଷା ଆବଶ୍ୟକ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ପରି ବଡ଼ ଜନସଂଖ୍ୟା ବିଶିଷ୍ଟ ରାଜ୍ୟଗୁଡିକରେ ମଧ୍ୟ ବହୁତ କମ୍ ଲୋକ ପରୀକ୍ଷା କରିଛନ୍ତି |କେରଳର ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ଦେଶର ଏକମାତ୍ର ରାଜ୍ୟ ଭବେ ଗତ 100 ଦିନ ମଧ୍ୟରେ ସଂକ୍ରମଣ କୁ ନିୟନ୍ତ୍ରଣ କରି ପାରିଛି। 500 ସଂକ୍ରମଣ ଥିବା ରାଜ୍ୟରେ ଏବେ ବର୍ତ୍ତମାନ ସେଠାରେ ମାତ୍ର 16 ଟି ସକ୍ରିୟ ସଂକ୍ରମଣ ରହିଛନ୍ତି।
