ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗାନ୍ଧିନଗରରେ ଜଣେ ସଗଡ ଚଳାଉଥିବା ବ୍ୟକ୍ତି ମଦ ବୋତଲକୁ ପାଣିରେ ଲୁଚାଇ ରଖିଥିଲେ। ତେବେ କୌଣସି କାରଣରୁ ପାଣିରେ ଥିବା ମଦ ବୋତଲ ଠିପି ସବୁ ଖୋଲିଯାଇଥିଲା । ଏହି ସମୟ ମଧ୍ୟରେ, ଯେଉଁ ମଇଁଷିମାନେ ପାଣି ପିଇବାକୁ ଏଠାକୁ ଆସିଥିଲେ, ସମସ୍ତେ ମଦ ମିଶ୍ରିତ ପାଣି ପିଇଥିଲେ। ନାଲି ପାଣି ଠୋପେ ପଡିଲା ପରେ ନିୟନ୍ତ୍ରଣ ହରାଇ ନିସାରେ ଆଡେ ସାଡେ ଦୌଡିବା ଆରମ୍ଭ କରିଥିଲେ ମଇଁଷିପଲ।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୧୦୦ରୁ ଅଧିକ ମଦ ବୋତଲ ଜବତ କରିଛି। ଏଥିସହିତ ମଇଁଷି ମାଲିକଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।