ଲଣ୍ଡନ: ମହାମାରୀ କୋରୋନାର ସିକାର ହେଲେ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ । ବୋରିସ୍ ନିଜେ ଏ ସମ୍ପର୍କରେ ଟୁଇଟ୍ କରି ସୂଚନା ଦେବା ସହ ସ୍ବେଚ୍ଛାକୃତ ସଂଗରୋଧରେ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍ ସ୍ବାସ୍ଥ୍ୟମନ୍ତ୍ରୀ ନାଡାଇନ୍ ଡୋରିଜ୍ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ପିଏମ ମୋଦି ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଶିଘ୍ର ଆରୋଗ୍ୟ ଲାଭ କରୁନ୍ତୁ ବୋଲି ପାର୍ଥନା କରିଛନ୍ତି । ପିଏମ ଜନସନ୍ଙ୍କ ଟୁଇଟ୍ରେ ପିଏମ ମୋଦି ରିଟୁଇଟ୍ କରି ଲେଖିଛନ୍ତି ଆପଣ ଫାଇଟର, ଆଉ ଏହି ଚ୍ୟାଲେଞ୍ଜକୁ ମଧ୍ୟ ସହଜରେ ଅତିକ୍ରମ କରି ବହୁ ଶିଘ୍ର ସୁସ୍ଥ ହୋଇଯିବେ ।
ତେବେ ସୂଚନାମୁତାବକ ବୋରିସ୍ଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାପରେ ସେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା। ଗତ ମାର୍ଚ୍ଚ ୧୦ ତାରିଖରେ ବୋରିସ୍ ଏକ ହସ୍ପିଟାଲକୁ ଯାଇ କିଛି କୋରୋନା ରୋଗୀଙ୍କ ସହ ହାତ ମିଳାଇଥିଲେ ବୋଲି କୂହାଯାଉଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାବେଳେ ପ୍ରଧାନମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ବ୍ରିଟେନ୍ରେ କୋରୋନା ଏପର୍ଯ୍ୟନ୍ତ ୮ ଶହ ଲୋକଙ୍କ ଜୀବନ ନେଇଥିବା ବେଳେ ୧୪୫୭୯ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଲଣ୍ଡନ୍ରେ ୧୦ହଜାରରୁ ଊର୍ଦ୍ଧ୍ବ ଲୋକ କ୍ବାରେଣ୍ଟିନ୍ରେ ଅଛନ୍ତି।
ଅର୍ଗସ ବ୍ୟୁରୋ: ମୌସୁମୀ ଫେରିବା ସମୟ ଉପନୀତ। ଏହାର ଅବ୍ୟବହିତ ପୂର୍ବରୁ ଓଡିଶାକୁ ଦେଖାଗଲାଣି ବାତ୍ୟା ଭୟ। ଅକ୍ଟୋବର ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଏପରିକି ବାତ୍ୟାଟି ଓଡିଶାମୁହାଁ ହୋଇପାରେ ବୋଲି କିଛି ମଡେଲର ଆକଳନରୁ ସୂଚନା ମିଳୁଛି।ଓଡ଼ିଶା ପାଇଁ ଅକ୍ଟୋବର ମାସ ସବୁବେଳେ ଅଶୁଭ ସାଜି ଆସିଥିବାବେଳେ ପୁଣି ଚଳିତ ବର୍ଷ ମଧ୍ୟ ସେହି ଡର ଘନେଇଲାଣି । ଅଶାନ୍ତ ହେଉଛି ଆଣ୍ଡାମାନ ସାଗର । ୟୁରୋପିଆନ୍ ମଡେଲ୍ ର ଆକଳନ ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ତୃତୀୟ ସପ୍ତାହ ଶେଷ ଆଡକୁ ଶକ୍ତିଶାଳୀ ହେବାର ସମ୍ଭାବା ରହିଛି । ଆଇଏମଡି ମଡେଲ ମଧ୍ୟ ସମାନ ଆକଳନ କରିଛି ।
ପଶ୍ଚିମ ବାୟୁ ସହ ଜଡିତ ବିଷୁବରେଖା ନିକଟସ୍ଥ ତରଙ୍ଗର ଉପସ୍ଥିତି ଯୋଗୁଁ ଚଳିତ ମାସ ଶେଷ ବେଳକୁ ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ଅକ୍ଟୋବର ୨ରୁ ୩ ଆହକୁ ଏକ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେଇପାରେ। ଏହା ଓଡିଶାମୁହାଁ ହେବାର ଅଧିକ ସମ୍ଭାବନା ରହିଥିବା ଆକଳନରୁ ଜଣାପଡୁଛି।
ପର୍ଯ୍ୟାୟକ୍ରମେ ଦେଖିବାକୁ ଗଲେ, 12 ଅକ୍ଟୋବର ୨୦୧୩ ଅକ୍ଟୋବରରେ ଫାଇଲିନ୍, ୨୦୧୪ ଅକ୍ଟୋବର 12ରେ ହୁଡହୁଡ, ୨୦୧8ରେ ତିତଲିକୁ ସାମନା କରିଛି ଓଡିଶା । ଏହି ଅକ୍ଟୋବର ମାସ ବାତ୍ୟା ଓଡିଶାକୁ ଛାରଖାର କରିବାର ନଜିର ରହିଛି । ଏହା ଛଡା 1999 ମସିହା ମହାବାତ୍ୟାକୁ ଏବେ ବି ଲୋକ ଭୁଲି ନାହାନ୍ତି ।
୨୦୧୩ ଅକ୍ଟୋବରରେ ସଙ୍ଗଠିତ ଫାଇଲିନ ବାତ୍ୟାରେ ପବନର ବେଗ ଥିଲା ଘଣ୍ଟା ପ୍ରତି୨୨୦ କିମି। ରାଜ୍ୟର ୧୮,୩୭୪ ଗ୍ରାମ ଏହି ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିଲା। ୧୩.୨୪ ନିୟୁତ ଲୋକ ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ ।
ସେହିପରି ୨୦୧୪ଅକ୍ଟୋବରରେ ସଙ୍ଗଠିତ ହୁଡହୁଡ ବାତ୍ୟାରେ ପବନର ବେଗ ଥିଲା ୧୦୦ କିମି ପ୍ରତି ଘଣ୍ଟା। ଏହି ବାତ୍ୟାରେ ୯,୬୫୭ ଗ୍ରାମର ୩.୩୪ ନିୟୁତ ଗ୍ରାମବାସୀ ପ୍ରଭାବିତ ହୋଇଥିଲେ।
2018ରେ ଅକ୍ଟୋବରରେ ଆସିଲା ବାତ୍ୟା ତିତଲି। ଘଣ୍ଟାପ୍ରତି ୧୩୦ କିମି ବେଗରେ ପବନ ବହିବାରୁ ଏହି ବାତ୍ୟାରେ ୮ହଜାର ୬୯୧ ଗ୍ରାମ ପ୍ରଭାବିତ ହୋଇଥିଲା। ୬.୦୩ ନିୟୁତ ବ୍ୟକ୍ତି ଏହି ବାତ୍ୟାରେ ପ୍ରଭାବିତ ହୋଇଥିଲେ।
ସେପଟେ ଗତ 3 ବର୍ଷ ହେବ ଅକ୍ଟୋବର ମାସରେ କୌଣସି ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହୋଇ ନାହିଁ । ହେଲେ ଚଳିତବର୍ଷ ଏହି ଧାରା ଭାଙ୍ଗିବା ସହ ଏକ ବଡ ପାଣିପାଗ ଜନିତ ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଦେଖାଦେଇଛି । ସାଧାରଣତଃ ଦେଖିବାକୁ ଗଲେ ଅକ୍ଟୋବର ମାସରେ ଅସୁଥିବା ବାତ୍ୟା ଗୁଡିକ ଅଧିକ ଶକ୍ତିଶାଳୀ ହୋଇଥାଏ । ବାତ୍ୟାର ସଠିକ ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନାହିଁ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଅକ୍ଟୋବର ପହିଲାରେ ଲଘୁଚାପ ସମ୍ଭାବନା । ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି।
ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ବିଗତ 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି l ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଳାର କପ୍ତିପଦାଠାରେ ରେକର୍ଡ କରାଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତ ଆଗରେ କାନାଡା ପିମ୍ପୁଡି ପରି। ଭାରତ ହାତୀ ହେଲେ କାନାଡା ପିମ୍ପୁଡି ବୋଲି କହିଲେ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍। ଭାରତ ଉପରେ କାନାଡାର ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରୁବିନ୍ କହିଛନ୍ତି, ସତ କହିବାକୁ ଗଲେ ଏଥିରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ରହିଛି। ଯଦି କାନାଡା ଯୁଦ୍ଧ କରିବାକୁ ବାହାରେ, ଏ କ୍ଷେତ୍ରରେ ହାତୀ ସହିତ ପିମ୍ପୁଡ଼ି ଯୁଦ୍ଧ ଘୋଷଣା କରିବା ପରି କଥା ହେବ। ଏହାର କାରଣ ହେଲା ଭାରତ ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ର।
ବିଶେଷକରି, ଭାରତ ମହାସାଗର ବେସିନ୍ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରାଧାନ୍ୟ ଓ ଅନ୍ୟାନ୍ୟ ସମସ୍ୟା ଦୃଷ୍ଟିରୁ ଦେଖିଲେ, ଭାରତର ରଣନୀତି କାନାଡାଠାରୁ ଢେର୍ ଉନ୍ନତ ବୋଲି କହିଛନ୍ତି ପେଣ୍ଟାଗନର ପୂର୍ବତନ ଅଧୀକାରୀ। ଏହା ସହିତ ଆମେରିକା , କାନାଡା ଏବଂ ଭାରତ ମଧଯରେ ନିଶ୍ଚିତ ଭାବରେ ଭାରତ କୁ ସମର୍ଥନ କରିବା ଠିକ୍ ହେବ ବୋଲି ମଧଯ ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: