ମହାରାଷ୍ଟ୍ର: ମହାମାରୀ କୋରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । କୋରୋନାର କବଳରେ ଏବେ ପୋଲିସ୍ । ମହାରାଷ୍ଟ୍ରର ୭୧୪ ଜଣ ପୋଲିସ କର୍ମଚାରୀ କୋଭିଡ୍-19ର ସିକାର ହୋଇଛନ୍ତି । ମହାରାଷ୍ଟ୍ର ରାଜ୍ୟରେ ଅନ୍ୟୁନ ୭୧୪ ଜଣ ପୋଲିସ କର୍ମଚାରୀ କୋଭିଡ୍ ଆକ୍ରାନ୍ତ ହୋଇଥିବା କଥା ଶନିବାର ଦିନ ମହାରାଷ୍ଟ୍ର ପୋଲିସ ଉପସ୍ଥାପନ କରିଥିବା ତଥ୍ୟରୁ ଜଣାପଡ଼ିଛି। ଉପସ୍ଥାପିତ ୭୧୪ ସଂକ୍ରମଣରେ ୬୪୮ଜଣ ସକ୍ରିୟ ସଂକ୍ରମଣ ଥିବା ବେଳେ ୬୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଓ ୫ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ଏହା ବ୍ୟତିତ ଲକ୍ଡାଉନ୍ ସମୟରେ ରାଜ୍ୟ ପୋଲିସ କର୍ମଚାରୀମାନଙ୍କ ଉପରେ ପ୍ରାୟ ୧୯୪ ଥର ଆକ୍ରମଣ ହୋଇଛି ଓ ୬୮୯ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ରାଜ୍ୟର ବିଭିନ୍ନ ଥାନା ଅଞ୍ଚଳରେ ଏହି ସବୁ ଆକ୍ରମଣ କରାଯାଇଥିବା ତଥ୍ୟବଳିରେ ଉଲ୍ଲେଖ କରାଯାଇଛି।
ଏଠି କହିରଖୁଛୁ ଯେ ଭାରତର ବିଭିନ୍ନ ରାଜ୍ୟ ଅଞ୍ଚଳମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ହିଁ ସବୁଠାରୁ ଅଧିକ କୋରୋନା ଭାଇରସ୍ ସଂକ୍ରମଣ ହୋଇଛି। ଏ ପର୍ଯ୍ୟନ୍ତ ଏଠାରେ ୧୯୦୦୦ରୁ ଅଧିକ ବ୍ୟକ୍ତି କୋରୋନା ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
