ଅର୍ଗସବ୍ୟୁରୋ: କୋରୋନା ଆତଙ୍କ ସମୟରେ ଅନଲାଇନ ଠକେଇରେ ମାତିଛନ୍ତି ସାଇବର ଲୁଟେରା । ଓଟିପି ମାଗି କରୁଛନ୍ତି ଟଙ୍କା ଆତ୍ମସାତ । ତେବେ ନିଜ ଓଟିପି କାହା ସହ ସେୟାର ନ କରିବା ପାଇଁ ଏସବିଆଇ ଟ୍ୱିଟ କରିଛି । ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ବୋଲି ବ୍ୟାଙ୍କ ତରଫରୁ ପରାମର୍ଶ ଦିଆଯାଇଛି ।
କୋରୋନା ମହାମାରୀ ସମୟରେ ଚାଲିଛି ଲୁଟ । ଅନଲାଇନରେ ଲୁଟ ଚଲାଇଛନ୍ତି ସାଇବର ଲୁଟେରା । ଓଟିପି ମାଧ୍ୟମରେ ହେଉଛି ସାଇବର ଠକେଇ । ଏନେଇ ଗ୍ରାହକଙ୍କୁ ସତର୍କ କରିଛି ଏସବିଆଇ । ଏସବିଆଇ ସୂଚନା ଦେଇଛି ଯେ ସାଇବର ଅପରାଧୀ ବର୍ତ୍ତମାନ ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ବାହାର କରିଛନ୍ତି ।
ଏହି ନୂଆ ସାଇବର ଠକେଇ ଅନୁଯାୟୀ, ଅପରାଧୀ ଗ୍ରାହକଙ୍କୁ ଫୋନ କରି ନିଜ ଓଟିପି ମାଗୁଛନ୍ତି । ବାକିଥିବା ଇଏମଆଇ ସ୍ଥଗିତ ରଖିବା ପାଇଁ ଅପରାଧୀ ଗ୍ରାହକଙ୍କୁ ଫୋନ କରି ଓଟିପି ମାଗୁଛନ୍ତି । ତେବେ ସାଇବର ଅପରାଧୀକୁ ମାତ ଦେବାର ଏକମାତ୍ର ଉପାୟ ହେଲା ସତର୍କ ରହିବା ଏବଂ ଏହିଭଳି ଫୋନ କଲକୁ ନଜର ଅନ୍ଦାଜ କରିବା ।
ତେବେ ନିଜ ଓଟିପି କାହା ସହ ସେୟାର ନ କରିବା ପାଇଁ ଏସବିଆଇ ନିଜ ଟ୍ୱିଟର ପେଜରୁ ସୂଚନା ଦେଇଛି । ଟ୍ୱିଟରରେ ଏସବିଆଇ ଏକ ଫଟୋ ମଧ୍ୟ ପୋଷ୍ଟ କରିଛି ଯେଉଁଥିରେ ଲେଖାଅଛି ‘ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ’ ।
ତେବେ ଆର୍ଥିକ ସଙ୍କଟ ଯୋଗୁଁ ବ୍ୟାଙ୍କ ଗ୍ରାହକଙ୍କ ଇଏମଆଇ ଜୁନ ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିଛି | ଏନେଇ ରିଜର୍ଭ ବ୍ୟାଙ୍କ ଗତ ମାସରେ ସୂଚନା ଜାରି କରିଥିଲେ | ସେଥିପାଇଁ କେଉଁ ଅଜଣା ବ୍ୟକ୍ତିଙ୍କ ସହ ଓଟିପି ସେୟାର ନ କରିବାକୁ ବ୍ୟାଙ୍କ ବାରମ୍ବାର ପରାମର୍ଶ ଦେଉଛି ।
