ଅଧିକ ପଢନ୍ତୁ : ଜାଣନ୍ତୁ ସୌରଭ ଗାଙ୍ଗୁଲିଙ୍କ ଲଭ ଲାଇଫ ଉପରେ..
ପଞ୍ଜାବ କିଙ୍ଗସର ୧୮୮ ରନର ଟାର୍ଗେଟକୁ ୧୯.୪ ଓଭରରେ ୬ ୱିକେଟ ହରାଇ ବିଜୟ ହାସଲ କରିଥିଲା । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜସ ବଟଲର ଓ ୟାସଭି ଜୟସ୍ବାଲ ଓପନିଂ କରିଥିଲେ । ହେଲେ ଦ୍ବିତୀୟ ଓଭରରେ ବଟଲର କୌଣସି ରନ ନକରି ଆଉଟ ହୋଇଯାଇଥିଲେ । ତୃତୀୟ ୱିକେଟ ଭାବେ ଦେବଦତ୍ତ ପଡିକଲ ଆସିଥିଲେ । ଦେବଦତ୍ତ ୫୧ ରନ କରିଥିବାବେଳେ ଅର୍ସଦୀପଙ୍କ ବଲରେ ଆଉଟ ହୋଇଯାଇଥିଲେ । ସଂଜୁ ସାମସନ ଆସିଥିଲେ ବି ସେ ୨ ରନ କରି ଆଉଟ ହୋଇଯାଇଥିଲେ । ପରେ ପରେ ଜୟସ୍ବାଲ ୫୦ ରନ କରିଥିବାବେଳେ ନାଥାନ ଏଲିସଙ୍କ ବଲରେ ଆଉଟ ହୋଇଯାଇଥିଲେ । ଦଳ ଲଗାତର ୩ୱିକେଟ ହରାଇ ବିପର୍ଯ୍ୟୟ ଆଡକୁ ଗତି କରିଥିଲା । ପଞ୍ଚମ ୱିକେଟ ଭାବେ ସିମରନ ହ୍ବାଟମେୟରଙ୍କ ୪୬ ରନ ଓ ରିୟାନ ପରାଗଙ୍କ ୨୦ ରନ ବଳରେ ଦଳର ଜିତିବା ଆଶା ଉଜ୍ଜ୍ବଳ ହୋଇଥିଲା । ଉଭୟେ ଆଉଟ ହେବା ପରେ ଧ୍ରୁବ ଜୁରେଲ ଓ ଟ୍ରେଣ୍ଟବୋଲ୍ଡ ଅପରାଜିତ ରହି ଦଳକୁ ବିଜୟ କରିଥିଲେ ।