ନୂଆଦିଲ୍ଲୀ: ଦେଶର କୋରୋନା ସଂକ୍ରମଣ ସ୍ଥତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ଗୃହ ମନ୍ତ୍ରଲୟ ର ପ୍ରେସମିଟରେ ଦେଶରେ ବର୍ତ୍ତମାନ ସମୁଦାୟ covid 19 ସଂକ୍ରମଣଙ୍କ ସଂଖ୍ୟା 35,043 ରେ ପଂହଚିଛି ବୋଲି କୁହାଯାଇଛି। ସକ୍ରିୟ ଚିକିତ୍ସା ହେଉଥିବା ଲୋକଙ୍କ ସଂଖ୍ୟା 25,007 ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସେହିପରି ଗତ 24 ଘଣ୍ଟା ମଧ୍ୟରେ 1,993 ନୂତନ ସଂକ୍ରମଣ ମାମଲା ଆସିଥିବା ବେଳେ 67 ଜଣଙ୍କର ମୃତ୍ୟୁ ହୋଇଛି।
24 ଘଣ୍ଟା ମଧ୍ୟରେ 564 ଜଣ ସଂକ୍ରମଣରୁ ଭଲ ହୋଇଛନ୍ତି। ତେବେ ଦେଶରେ ମୋଟ 8,888 ଜଣ ସଂକ୍ରମଣରୁ ପୁନରୁଦ୍ଧାର ବା ଭଲ ହୋଇଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ସୂଚନା ଦେଇଛନ୍ତି। ଦେଶରେ ପୁନରୁଦ୍ଧର ହାର 25.37% କୁ ବୃଦ୍ଧି ହୋଇଛି ବୋଲି ସେ କହିଛନ୍ତି।
ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ଲାଲ ଏବଂ କମଳା ଜୋନ୍ ଜିଲ୍ଲା ଉପରେ ଅଧିକ ଧ୍ୟାନ ଦେବେ। ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ସହ ଲକଡାଉନ୍ ସଠିକ ଭବେ ପାଳନ କରିବେ ବୋଲି କୁହାଯାଇଛି। ବର୍ତ୍ତମାନ ଆମକୁ ଅଧିକ ଯତ୍ନ , ସତର୍କ, ସଚେତନ ରହିବା ଆବଶ୍ୟକ | COVID19 ସଂକ୍ରମଣ ଜୋନରେ , ସମସ୍ତ ସରକାରୀ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ପଡିବ ବୋଲି ସେ କହିଛନ୍ତି।
ଲକଡାଉନ୍ ପଦକ୍ଷେପ ଉପରେ ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁଯାୟୀ, ଖାଲି ଟ୍ରକ୍ ଏବଂ ସାମଗ୍ରୀ ପରିବହନକାରୀଙ୍କ ଟ୍ରାଫିକ୍ ମାଧ୍ୟମରେ କୌଣସି ଅଲଗା ପାସ୍ ଆବଶ୍ୟକ ନାହିଁ।
COVID19 ବିରୋଧରେ ଲଢେଇରେ ଆମର କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କେନ୍ଦ୍ରୀୟ ଫୋର୍ସ ଅଧୀନରେ ଥିବା ଡାକ୍ତରଖାନା ଗୁଡ଼ିକରେ ଶଯ୍ୟା ବ୍ୟବସ୍ଥା, ମାସ୍କ ଏବଂ ପିପିଏ ବଣ୍ଟନ ତଥା ଜନସଚେତନତା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଆସାମ ରାଇଫଲ ଠାରୁ ଆରମ୍ଭ କରି ସୀମା ସଶସ୍ତ୍ର ବଳ, NDRF , CRPF , ITBP ର ସମସ୍ତେ ସେନା ଏହି କାର୍ଯ୍ୟରେ ଲିପ୍ତ ରହିଛନ୍ତି।
ସେହିପରି କେନ୍ଦ୍ର ଗୃହ ମନ୍ତ୍ରାଳୟ ଛାତ୍ର, ପ୍ରବାସୀ ଶ୍ରମିକ, ପର୍ଯ୍ୟଟକ, ତୀର୍ଥଯାତ୍ରୀ ଇତ୍ୟାଦିଙ୍କ ଗତିବିଧି ପାଇଁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କୁ ଅନୁମତି ଦେଇଛନ୍ତି। ଏ ନେଇ ଏକେ ଗାଇଡଲାଇନ୍ ଜାରି କରାଯାଇଛି। ଉଭୟ ରେଲୱେ ବୋର୍ଡ ଓ ସଂପୃକ୍ତ ରାଜ୍ୟ ମିଳିତ ଭାବେ ଏହି କାର୍ଯ୍ୟ କରିବେ। ତେବେ ଯାତ୍ରା ସମୟରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସ୍ପଷ୍ଟ ହେବା ଜରୁରୀ ବୋଲି କୁହାଯାଇଛି।
ଏହା ସହ ରେଳ ପ୍ଲାଟ ଫର୍ମ , ଷ୍ଟେସନ ଏବଂ ଟ୍ରେନ ମଧ୍ୟରେ ସମାଜିକ ଦୂରତାକୁ ମଧ୍ୟ ଧ୍ୟାନ ଦେବକୁ କୁହାଯାଇଛି। ନିଜ ନିଜ ରାଜ୍ୟରେ ଯାତ୍ରୀ ମାନେ ପଂହଁଚିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍ ରେ ରଖିବାକୁ କୁହାଯାଇଛି।
ଟିକେଟ କାଟିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପୂଣ୍ୟ ସଲୀଳା ଶ୍ରୀ ବାସ୍ତବ କହିଛନ୍ତି। ସେହିପରି ଦେଶରେ 75,000 ଭେଣ୍ଟିଲେଟର ମୋଟ ଚାହିଦା ରହିଥିବା ବେଳେ 20,000 ଉପଲବ୍ଧ କରାଯାଇଛି। ଏବଂ 60,000 ରୁ ଅଧିକ ପାଇଁ ଅତିରିକ୍ତ ଅର୍ଡର ଦିଆଯାଇଛି ବୋଲି କୁହାଯାଇଛି।