ଭୁବନେଶ୍ୱର: କରୋନା ଚିନ୍ତା । ମହାମାରୀ କରୋନା ସମୟରେ ଓଡ଼ିଶାର ଭାଇ ଓ ଭଉଣୀମାନେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଏବଂ ସେମାନଙ୍କର ରହିବା, ଖାଇବା, କରୋନା ସତର୍କତା ଓ ସୁରକ୍ଷା ନେଇ ସମସ୍ୟାର ତୁରନ୍ତ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସର ରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବିଜେପି ଦଳର ବରିଷ୍ଠ ନେତା ମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।
ଆଉ ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଆ ବିଶେଷ ଭାବରେ ଶ୍ରମିକ ମାନଙ୍କର ତାଲିକା ଓ ଫୋନ ନମ୍ବର ପ୍ରସ୍ତୁତ କରି ସେମାନଙ୍କ ସହ ଯୋଗାଯୋଗ ରଖିଛୁ ବୋଲି ସାମାଜିକ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ନିଜ ଅଫିସ ଓ ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଅଫିସରୁ ସମ୍ପୃକ୍ତ ରାଜ୍ୟ ପ୍ରଶାସନ ବିଶେଷ ଭାବରେ କଲେକ୍ଟର ମାନଙ୍କ ସହ ଯୋଗାଯୋଗ କରାଯାଉଥିବାର ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର । ସମସ୍ତେ ଯେପରି କରୋନା ସୁରକ୍ଷା ମାନିପାରିବେ ତଥା ଖାଦ୍ୟ ଓ ଅନ୍ୟାନ୍ୟ ଆନୁଷାଙ୍ଗିକ ସୁବିଧା ଯୋଗାଇ ଦିଆଯିବ ସେଥିପାଇଁ ଯତ୍ନବାନ ଥିବା କଥା କହିଛନ୍ତି ଧର୍ମେନ୍ଦ୍ର ।
