ଏଇ ଯେମିତି ଭାଇରାଲ ହେଉଥିବା ଭିଡିଓରେ ରାହୁଲ ବର୍ଦ୍ଧିତ ଦରଦାମ ବିରୋଧ ରେ ଦିଲ୍ଲୀର ରାମଲିଳା ମୈଦାନରେ ଗର୍ଜୁଥିଲେ। ସମସ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟ ମଧ୍ୟ ଜନତାଙ୍କୁ ଜଣାଉଲେ। ସେହିସମୟରେ ତାଙ୍କ ପାଟିରୁ ବାହାରିଥିଲା କଣ ଶୁଣନ୍ତୁ… ଅଟା ପୂର୍ବରୁ ଲିଟର ପିଛା ୨୨ ଟାଙ୍କାରେ ବିକ୍ରି ହେଉଥିଲା କିନ୍ତୁ ଏବେ ଲିଟର ପିଛା ୪୦ ଟଙ୍କାରେ ପହଞ୍ଚିଛି। ଆପଣମାନେ ବି ଆଶ୍ଚଯ୍ୟ ହେଉଥିବେ ଯେ କଂଗ୍ରେସର ନେତା ଅଟା ଲିଟର ଲିଟର କଣ କହୁଛନ୍ତି। ରାହୁଲ ବୋଧ୍ ହୁଏ ଜାଣନ୍ତିନି ଏହା କେଜି ରେ କୁହାଯାଇଥାଏ।
ତେବେ ଏଭଳି ମୁର୍ଖାମି ଖାଲି କଂଗ୍ରେସ ନେତା ରାହୁଲ କରିନାହାଁନ୍ତି ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ କିଛିଦିନ ତଳେ ଅଟାକୁ ଲିଟରେ ପରିଣତ କରିଦେଇଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ଇମ୍ରାନ… କରାଚିରେ ଅଟା ଲିଟର ୧୦୦ ଉପରେ ରେ ପହଞ୍ଚିଲାଣି।
ମୋ କାର୍ଯ୍ୟକାଳରେ ଅଟା ଲିଟର ୫୦ ଥିଲା ଆଉ ଏବେ କରାଚିରେ ଲିଟର ପିଛା ୧୦୦ ଟଙ୍କାରେ ବିକ୍ରି କରାଯାଉଛି। ଇମ୍ରାନ ଏବଂ ରାହୁଲଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ମଜାକ୍ ଉଡାଇ କହୁଛନ୍ତି ଯେଉଁ ସ୍କୁଲରେ ଇମ୍ରାନ୍ ପାଠ ପଢିଥିଲେ ସେହି ସ୍କୁଲରେ ବୋଧ୍ ହୁଏ ରାହୁଲ ମଧ୍ୟ ଶିକ୍ଷା ନେଇଥିଲେ। ଯେଉଁଥିପାଇଁ ଉଭୟଙ୍କ କଥା ସମାନ ସମାନ ..
ଭାରତ ଖବର ଆହୁରି ପଢ଼ନ୍ତୁ ।