
ନୂଆଦିଲ୍ଲୀ : ସାରା ଦେଶରେ କାୟା ବିସ୍ତାର କରୁଛି କୋରୋନା। କୋରୋନା ଆତଙ୍କରେ ଚାରିଆଡେ ହା ହାକାର। ଏପରିକି କୋରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପ୍ରେଲ 14 ଯାଏଁ ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି। ଏଭଳି ସ୍ଥିତିରେ କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଚିନ୍ତା ବ୍ୟକ୍ତ କରିଛି। ସ୍ଵାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଲୋକମାନେ ଲକଡାଉନ କଟକଣାକୁ ଦୃଢତାର ସହ ପାଳନ କରିବା ଉଚିତ୍, ନଚେତ୍ ଆମର ସମସ୍ତ ପ୍ରୟାସ ମାଟିରେ ମିଶିଯିବ। ତେବେ ଦେଶରେ ଏଯାବତ୍ 863ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 20ଜଣ ମୃତ୍ୟୁବରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ 73 ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଆମକୁ ସାବଧାନ ରହିବଵାକୁ ପଡ଼ିବ। ଲକଡାଉନକୁ ଦୃଢତାର ସହ ପାଳନ କରିବାକୁ ପଡିବ। ସାମାରିକ ଦୂରତ୍ଵ ରକ୍ଷା କରିବାକୁ ପଡିବ। କାରଣ ଯଦି ଜଣେ ମାତ୍ର କୋରୋନା ରୋଗୀ ଏହାର ପାଳନ ନକରେ ତେବେ ଆମର ସମସ୍ତ ପ୍ରୟାସ ନଷ୍ଟ ହୋଇଯିବ। ଗତ 2 ମାସ ମଧ୍ୟରେ 15 ଲକ୍ଷରୁ ଅଧିକ ଲୋକ ବିଦେଶରୁ ଭାରତ ଫେରିଛନ୍ତି। ଯାହାକି ଏବେ ଚିନ୍ତାର ବିଷୟ। ତେଣୁ ସମସ୍ତେ ସଚେତନ ହେବା ଉଚିତ୍।
