ଅର୍ଗସ ବ୍ୟୁରୋ : କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କଟକଣା ଲାଗୁ ହୋଇଛି। ଦେଶରେ ଏହି ସଙ୍କଟପୂର୍ଣ୍ଣ ସ୍ଥିତି କାରଣରୁ ଲୋକମାନଙ୍କର କାମ କରିବାର ଢଙ୍ଗ ମଧ୍ୟ ବଦଳି ଯାଇଛି। ସବୁଠାରେ ଅଭିନବ ଉପାୟରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି। ତେବେ ଏଭଳି ସ୍ଥିତିରେ ଟିଭିର ପ୍ରଥମ ଆୱାର୍ଡ ଶୋ ଅନୁଷ୍ଠିତ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଗୋଲ୍ଡ କ୍ଵାରେଣ୍ଟିନ୍ ଆୱାର୍ଡ ଦେଖିବାକୁ ମିଳିବ।
ଗୋଲ୍ଡ ଆୱାର୍ଡ ଟିଭିର ସବୁଠୁ ବଡ଼ ଶୋ। ଗତ କିଛି ବର୍ଷ ହେବ ଗୋଲ୍ଡ ଆୱାର୍ଡ ଜରିଆରେ ଟିଭି ଷ୍ଟାରମାନଙ୍କ କାମକୁ ଏକ ନୂତନ ପରିଚୟ ମିଳି ପାରୁଛି। ସେମାନଙ୍କୁ ସେମାନଙ୍କ କାମ ପାଇଁ ସମ୍ମାନିତ କରାଯାଉଛି। ଚଳିତ ବର୍ଖ ଲକଡାଉନ ପାଇଁ ଏକ ଅଭିନବ ଉପାୟରେ ଏହି ଆୱାର୍ଡ ଶୋ ହେବ ବୋଲି ଗୋଲ୍ଡ ଆୱାର୍ଡର ସିଇଓ ବିକାଶ କଳାନ୍ତ୍ରୀ ସୂଚନା ଦେଇଛନ୍ତି। ଏଥର ମେ 14ରେ ସୋସିଆଲ ମିଡ଼ିଆରେ ବିଜେତାଙ୍କ ନାମ ଘୋଷଣା ହେବ।
ଏଥର ଆୱାର୍ଡ ଶୋରେ ବହୁ ପ୍ରକାରର କାଟେଗୋରୀ ରହିବ। ମୋଷ୍ଟ ଷ୍ଟାଇଲିଷ୍ଟ ଷ୍ଟାର, ବେସ୍ଟ କ୍ଵାରେଣ୍ଟିନ୍ ସେଫ୍, ସେଫଟି ଫାଷ୍ଟ ଷ୍ଟାର, ସୁପର କୁଲ୍ ପ୍ୟାରେଣ୍ଟସ୍, ମୋଷ୍ଟ ଏନରଜେଟିକ୍ ଷ୍ଟାର, ହୋମ ସୁଇଟ୍ ହୋମ ଷ୍ଟାର, ଏଣ୍ଟରଟେନିଂ ଫ୍ୟାମିଲି, ମାଁଇ ଡ୍ରିମ୍ ଷ୍ଟାର, ଫନ ଆଣ୍ଡ ଫ୍ରେସ୍ କପୁଲ୍ ଭଳି କ୍ୟାଟେଗୋରୀ ରହିବ। ତେବେ ଏହି ଶୋକୁ ଟିଭିରେ ପ୍ରସାରଣ କରାଯିବ, କିନ୍ତୁ ଲକଡାଉନ ଖୋଲିଲା ପରେ।
