
ନୂଆଦିଲ୍ଲୀ : କୋରୋନା ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ ଘୋଷଣା କରାଯାଇଛି। ଲୋକମାନଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ସମୟରେ ଲୋକମାନେ ଘରେ ଯେପରି ମନୋରଞ୍ଜନ କରି ପାରିବେ ସରକାର ସେଥିପ୍ରତି ଦୃଷ୍ଟି ଦେଇଛନ୍ତି। ଏବେ ଦୂରଦର୍ଶନରେ ପୁଣି ଥରେ ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରସାରଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର ଘୋଷଣା କରିଛନ୍ତି।
ପ୍ରକାଶ ଜାବଡ଼େକର ଟ୍ଵିଟ୍ କରି ଲୋକମାନଙ୍କୁ ଏହି ଖୁସୀ ଖବର ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଜନତାଙ୍କ ଦାବିକୁ ଦୃଷ୍ଟିରେ ରଖି ଶନିବାର ଅର୍ଥାତ୍ ମାର୍ଚ୍ଚ 28ରୁ ଦୂରଦର୍ଶନ ଚ୍ୟାନେଲରେ ରାମାୟଣର ପୁନଃ ପ୍ରସାରଣ କରାଯିବ। ପ୍ରଥମ ଏପିସୋଡ ସକାଳ 9ଟାରେ ଏବଂ ଦ୍ଵିତୀୟ ଏପିସୋଡ ରାତ୍ରୀ 9ଟାରେ ବାଜିବ।
जनता की मांग पर कल शनिवार 28 मार्च से 'रामायण' का प्रसारण पुनः दूरदर्शन के नेशनल चैनल पर शुरू होगा। पहला एपिसोड सुबह 9.00 बजे और दूसरा एपिसोड रात 9.00 बजे होगा । @narendramodi @PIBIndia@DDNational
— Prakash Javadekar (@PrakashJavdekar) March 27, 2020
ରାମାନନ୍ଦ ସାଗରଙ୍କ ରାମାୟଣ ଲୋକଙ୍କ ମନରେ ଏକ ଐତିହାସିକ ସ୍ଥାନ ସୃଷ୍ଟି କରିଛି। ଏହି ଶୋରେ ଅଭିନୟ କରିଥିବା ପ୍ରତ୍ୟେକ ଭୂମିକା ଲୋକଙ୍କ ମନରେ ଚିରଦିନ ପାଇଁ ସ୍ମରଣୀୟ ହୋଇଯାଇଛି। ଲୋକମାନେ ଏହାକୁ ଏଭଳି ଭଲ ପାଇବା ଦେଇଥିଲେ ଯେ, ଏହାପରେ ରାମାୟଣ ନିର୍ମାଣ କରାଯାଇଥିଲେ ମଧ୍ୟ ଲୋକମାନେ ପୂର୍ବଭଳି ଏହାକୁ ଆପଣେଇ ନାହାଁନ୍ତି।
ରାମାନନ୍ଦ ସାଗରଙ୍କ ରାମାୟଣରେ ଅରୁଣ ଗୋଭିଲ, ଦୀପିକା ଚିଖଲିୟା, ସୁନୀଲ ଲହରୀ ମୁଖ୍ୟ ଭୂମିକାରେ ଥିଲେ। ସେମାନଙ୍କର ଭୂମିକା ଏଭଳି ଥିଲା ଯେ, ବାସ୍ତବ ଜୀବନରେ ଲୋକମାନେ ତାଙ୍କୁ ଭଗବାନଙ୍କ ସ୍ଥାନ ଦେଇଥିଲେ।
