Prime Odisha @ 7 Pm
ଶ୍ରମିକ ଦିବସରେ ଯୋଗୀ ସରକାରଙ୍କ ବଡ ଉପହାର
ଅର୍ଗସ ବ୍ୟୁରୋ: ଆଜି ଶ୍ରମିକ ସିବସ । ଶ୍ରମିକ ଦିବସରେ ଯୋଗୀ ସରକାରଙ୍କ ବଡ ଉପହାର । 30 ଲକ୍ଷ ଶ୍ରମିକଙ୍କୁ ହଜାର ଟଙ୍କା ଲେଖା ଭତ୍ତା ଜାରୀ କରିଛନ୍ତି ସରକାର । ଉତ୍ତର ପ୍ରଦେଶର ସରକାର ଶ୍ରମିକ ଦିବସ ଅବସରରେ ଶୁକ୍ରବାର ଦିନ ଏହି ଘୋଷଣା କରିଛନ୍ତି । ଏଥିସହିତ ମଇ ଦିବସ ଉପଲକ୍ଷେ ରାସନ ଦେବା ପାଇଁ ଦ୍ୱିତୀୟ କିସ୍ତି ମଧ୍ୟ ଆରମ୍ଭ କରିଛନ୍ତି ସରକାର ।
ଦେଶ ମହାମାରୀ କୋରୋନା ସଙ୍କଟକୁ ସାମ୍ନା କରୁଥିବାବେଳେ ଜାରି ରହିଥିବା ଲକ୍ଡାଉନ୍କୁ ମଧ୍ୟ ପାଳନ କରୁଛି ଦେଶବାସୀ । ଏହି ମଧ୍ୟରେ ଦେଶବାସୀଙ୍କୁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ଲୋକମାନଙ୍କ ମନୋବଳ ବଢାଉଛନ୍ତି ।
Download Argus News App
