ନୂଆଦିଲ୍ଲୀ : ସମ୍ଭାବ୍ୟ ବାତ୍ୟା ଅମ୍ଫାନ ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି। ଅପରାହ୍ନ 1ଟାରେ ଏହି ବୈଠକ ହେବ। ଏହି ବୈଠକରେ NDMA, ପାଣିପାଗ, NDRf ଅଧିକାରୀ ଯୋଗଦେବେ।
ସୂଚନାନୁଯାୟୀ, ଏହି ବୈଠକରେ ବାତ୍ୟାର ରୂପ କେତେ ଭୟଙ୍କର ହେବ, କେତେ ଲୋକ ପ୍ରଭାବିତ ହେବ, କିପରି ରାଜ୍ୟମାନେ ପଦକ୍ଷେପ ନେଇଛନ୍ତି, ସେ ନେଇ ବିସ୍ତୃତ ଭାବେ ଆଲୋଚନା କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।
ଅର୍ଗସ ବ୍ୟୁରୋ: ଶେଷ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ। ଥ୍ରୀଡି କ୍ୟାମେରା ଜରିଆରେ ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଛି। ଏଏସଆଇ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ଦୁଇଦିନ ଧରି ରତ୍ନଭଣ୍ଡାରର ଲେଜର ସ୍କାନିଂ ହୋଇଥିଲା। ଗତକାଲି 37ଟି ପଏଣ୍ଟରେ ଓ ଆଜି 12ଟି ପଏଣ୍ଟରେ ଲେଜର୍ ସ୍କାନିଂ ଶେଷ ହୋଇଛି। ସମୁଦାୟ 49ଟି ପଏଣ୍ଟରେ ଏହି ଲେଜର୍ ସ୍କାନିଂ ଶେଷ ହୋଇଥିବା ସୂଚନା ମିଳିଛି। ତେବେ ଲେଜର ସ୍କାନିଂରୁ ମିଳିଥିବା ଫଟୋକୁ ଅନୁଧ୍ୟାନ କରାଯିବା ପରେ ସୃଷ୍ଟି ହୋଇଥିବା ଫାଟ ଗୁଡ଼ିକର ମରାମତି କରାଯିବ। ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କର ବାରମ୍ବାର ଦାବି ପରେ ରତ୍ନଭଣ୍ଡାରର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା।
ରତ୍ନଭଣ୍ଡାରର ବାହାର ପାର୍ଶ୍ୱରୁ ସ୍ଥିତି ଜାଣିବା ପାଇଁ ଲେଜର ସ୍କାନିଂ କରିବାକୁ ଏଏସାଆଇକୁ ଦାୟିତ୍ଵ ଦିଆଯାଇଥିଲା। ତେବେ ଦୁଇଦିନ ଧରି ଲେଜର ସ୍କାନିଂରୁ ମିଳିଥିବା ଫଟୋ ଗୁଡ଼ିକର ତର୍ଜମା କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏଏସାଆଇ ସୁପରିଣ୍ଟେଣ୍ଡେଣ୍ଟ ଡ଼ି.ବି.ଗଡନାୟକ କହିଛନ୍ତି। ସେପଟେ ଆସନ୍ତାକାଲି ଅନ୍ୟ ଦେବାଦେବୀ ମନ୍ଦିରର ଲେଜର୍ ସ୍କାନିଂ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଏଏସଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନର ପୋକତୁଙ୍ଗା ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା ଫକୀର ମୋହନ ପ୍ରଧାନଙ୍କ ସମେତ ଅନେକ କଂଗ୍ରେସ ଓ ବିଜେଡ଼ି ଦଳର ସଦସ୍ୟମାନେ ବିଜେପିରେ ଯୋଗଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସମସ୍ତଙ୍କୁ ଦଳରେ ସ୍ୱାଗତ କରିବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ଓ ଜନକଲ୍ୟାଣକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିବାରୁ ଧନ୍ୟବାଦ । ସମସ୍ତଙ୍କ ଯୋଗଦାନ ଅନୁଗୋଳ ସମେତ ଓଡ଼ିଶାରେ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଘରେ ଘରେ ପହଞ୍ଚାଇବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ ।
ଏହି ମିଶ୍ରଣ ପର୍ବରେ ପୋକତୁଙ୍ଗା ସେବା ସମବାୟ ସମିତିର ସଭାପତି ମାମିଲତା ପ୍ରଧାନ, କଂଗ୍ରେସ ନେତା ରଞ୍ଜନ ସାହୁ, ବିଜେଡି ନେତା ଦେବାଞ୍ଜନ ଦେହୁରୀ ଯୋଗଦେଇଥିଲେ । ସେହିପରି ଅଜୟ ପ୍ରଧାନ, ଅମର ବେହେରା, ସୁଶାନ୍ତ ସାହୁ, ଦୁଷ୍ମନ୍ତ ପ୍ରଧାନ, ଅରୁଣ ପ୍ରଧାନଙ୍କ ସମେତ କଂଗ୍ରେସ ଓ ବିଜେଡି ଦଳର ସଦସ୍ୟମାନେ ସାମିଲ ହୋଇଥିଲେ ।
କଳାହାଣ୍ଡି: ବିଲମ୍ବରେ ଖୋଲିଲା ମୁଖିଗୁଡା ସମବାୟ ସମିତି ଅଧିନରେ ଥିବା ବିଭିନ୍ନ ମଣ୍ଡି। ମରୁଡି ସହି ସ୍ବଳ୍ପ ପରିମାଣର ଅମଳ ହୋଇଥିବା ବେଳେ କମ ଦିନରେ ଅମଳ ସରିଯାଇଥିଲା। ମେଘୁଆ ପାଗ ପାଇଁ ଚିନ୍ତାରେ ଥିଲେ ଚାଷୀ। ଅନ୍ୟପଟେ ନଭେମ୍ବର ପହିଲାରୁ ମଣ୍ଡି ଖୋଲିବାକୁ ଦାବି ହେଉଥିଲା। କିନ୍ତୁ ମଣ୍ଡି ଖୋଲିନଥିଲା, ଯାହାର ଫାଇଦା ନେଇ ଦଲାଲ କମଦରରେ ଧାନକିଣି ଛତିଶଗଡ କୁ ଚାଲାଣ କରୁଥିଲେ।୨୯ ତାରିଖ ମଣ୍ଡି ଖୋଲିବା ପରେ ମଧ୍ୟ ଅବ୍ୟବସ୍ଥା ସାମ୍ନା କୁ ଆସିଥିଲା।
କଟନି ଛଟନି ନାଁ ରେ ୫ରୁ ୧୦ କେଜି ପ୍ରତି କ୍ଵିଣ୍ଟାଲ ରେ ଅନୁମାନ କରି କାଟୁଛନ୍ତି। ନ ହେଲେ ଧାନ ଉଠେଇବା ପାଇଁ ମନାକରୁଛନ୍ତି, ଟୋକେନ ନୁହେଁ ମିଲର୍ସ ଙ୍କ ଇଚ୍ଛା ଅନୁସାରେ ଧାନ ବିକ୍ରି ହେଉଛି। ସମବାୟ ସମିତି ଧାନ କିଣି ମିଲର୍ସ କୁ ଦେବା ବଦଳରେ ମିଲର୍ସ ଏଜେଣ୍ଡ ଚାଷୀ ଙ୍କୁ ଶୋଷଣ କରୁଛନ୍ତି। ମଣ୍ଡି ମାନଙ୍କରେ ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ, ଆରଏମସି କୁ କୋଟି କୋଟି ଟଙ୍କା ଆସୁଛି ହେଲେ ଚାଷୀଙ୍କ ପାଇଁ ବ୍ୟବସ୍ଥା କାହିଁକି ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ଚାଷୀ।
ଅଧିକ ପଢନ୍ତୁ ଓଡ଼ିଶା ଖବର