ଭାରତ ଖବର ଆହୁରି ପଢ଼ନ୍ତୁ ।
ସମ୍ମିଳନୀକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଅହମ୍ମଦାବାଦର ସାଇନ୍ସ ସିଟିରେ ଦୁଇ ଦିନିଆ "କେନ୍ଦ୍ର - ରାଜ୍ୟ ବିଜ୍ଞାନ ସମ୍ମିଳନୀ"କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିସି ଯୋଗେ ଏହାକୁ ଉଦଘାଟନ କରି ସମାବେଶକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମ୍ମିଳନୀରେ ଦେଶର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ ସଚିବ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ଇକୋସିଷ୍ଟମ ପ୍ରତିଷ୍ଠା କରିବା ।
Download Argus News App
