ଏପରି ପ୍ରୟାସ ଦ୍ବାରା ପିଲାମାନେ ମଧ୍ୟ ସଵୁଦିନ ବିଦ୍ୟାଳୟକୁ ଆସିବାକୁ ଲାଗିବେ । ଆଧାରଶୀଳା ପ୍ରୟାସ ମାଧ୍ୟମରେ ଏହି ସରକାରୀ ସ୍କୁଲର ଉପସ୍ଥାନ ମଧ୍ୟ ୯୦ ପ୍ରତିଶତ ଉପରେ ବଢିବାକୁ ଲାଗିଛି । ପିଲାମାନଙ୍କୁ ଥିଓରି ଅପେକ୍ଷା ପ୍ରାକ୍ଟିକାଲ ଉପରେ ବେଶି ଗୁରୁତ୍ବ ଦିଆଯାଉଛି । ଯାହାଦ୍ବାରା ପିଲାମାନେ ବିଷୟ ଗୁଡିକୁ ବେଶ ଭଲଭାବେ ବୁଝିବା ସହ ପ୍ରାକ୍ଟିକାଲ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ଏଥିସହ ଏହି ଆଧାରଶୀଳା ଲ୍ୟାବରେ ପିଲାମାନଙ୍କ ପାଇଁ ରୋବର୍ଟ ରହିଛି । ଏହି ଲ୍ୟାବକୁ ଦେଖିବାକୁ ପ୍ରାଇଭେଟ ସ୍କୁଲର ପିଲାମାନେ ମଧ୍ୟ ଆସୁଛନ୍ତି । ଆଜିର ବିଜ୍ଞାନ ଯୁଗରେ ରକେର୍ଟ,କମ୍ପ୍ୟୁଟର ,ରୋବର୍ଟର ଆବଶ୍ୟକତା ବଢିଥିବା ବେଳେ ସରକାର ଏହି ସରକାରୀ ବିଦ୍ୟାଳୟରେ ଗୋଟିଏ ଲ୍ୟାବରେ ସମସ୍ତ ଜିନିଷ ଆଣିବାକୁ ଚେଷ୍ଟା କରିଛନ୍ତି । ଯାହାଦ୍ବାରା ପିଲାମାନଙ୍କର ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନ ବୃଦ୍ଧି ହେବ ।
ଯଦି ଦେଖାଯାଏ ଏମିତି ସରକାରୀ ବିଦ୍ୟାଳୟ ଅଛି,ଯେଉଁ ବିଦ୍ୟାଳୟର ପିଲାମାନେ ନିଜ ନାଁ ମଧ୍ୟ ସଠିକ ଭାବେ ଉଚ୍ଚାରଣ କରିପାରୁ ନାହାନ୍ତି । ସେହି ସମୟରେ ଏହି ବିଦ୍ୟାଳୟର ପିଲାମାନେ ବିଜ୍ଞାନ ଉପରେ ଏପରି ନିର୍ଭୁଲ ଭାବେ ଜ୍ଞାନ ରଖିବା ନିହାତି ଭାବେ ପ୍ରଶଂସାଯୋଗ୍ୟ ।
ଶିକ୍ଷା ଓ ନିଯୁକ୍ତି ଖବର ଆହୁରି ପଢନ୍ତୁ ।