ବୈପାରିଗୁଡ଼ାରେ ନାହିଁ ସ୍ଥାୟୀ ବସଷ୍ଟାଣ୍ଡ !
ସୁରକ୍ଷାକର୍ମୀଙ୍କ ଗୁଳିରେ 4 ନକ୍ସଲ ସଫା, ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ
ଅର୍ଗସ ବ୍ୟୁରୋ : ଛତିଶଗଡରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ମାନପୁର ଥାନା ପାରଧୋନି ଗାଁ ନିକଟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ 4 ନକ୍ସଲ ସଫା ହୋଇଥିବା ବେଳେ ଜଣେ ପୋଲିସ ସବ୍ ଇନସ୍ପେକ୍ଟର ଶହୀଦ ହୋଇଛନ୍ତି। ଘଟଣାସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ, ଏକ ଏସଏଲଆର ଏବଂ ୩୧୫ ବୋର୍ର ୨ଟି ବନ୍ଧୁକ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜନନ୍ଦଗାଓଁ ଏଏସପି ଜି.ଏନ. ବଘେଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
Download Argus News App
