ନିକଟରେ କୋଭିଡରେ ଆକ୍ରାନ୍ତ ହୋଇ ଲତା ଦିଦିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଗଲା। ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଗଲା। ଦିଦିଙ୍କ ସ୍ୱାସ୍ଥ୍ୟାସେବା ଚାଲିଥିଲା ବେଳେ ସାମ୍ନାକୁ ଆସିଥିଲା ସତ୍ୟବାନଙ୍କ ନାମ। କାରଣ ସେ ଛୋଟିଆ ଅଟୋଚାଳକଟିଏ ହୋଇ ମଧ୍ୟ ନିଜ ପରିଶ୍ରମରେ ଉପାର୍ଜିତ ସମସ୍ତ ଫଳ ଲତା ଦିଦିଙ୍କ ସ୍ୱାସ୍ଥ୍ୟାସେବା ପାଇଁ ନିଉଛାଳି ଦେଇଥିଲେ।
ଯେଉଁ ଖବର ଗଣମାଧ୍ୟମରେ ବିଜୁଳି ବେଗରେ ପ୍ରକାଶ ପାଇବା ପରେ ସତ୍ୟବାନଙ୍କୁ ଜାଣିବାକୁ ସମସ୍ତଙ୍କ ଉତ୍ସୁଖତା ବଢିଲା। ସମସ୍ତେ ତାଙ୍କ ଅଟୋକୁ ଦେଖି ତାଜ୍ଜୁବ। ଯିଏ ନିଜ ଅଟୋର ହୁଡରେ ଲତା ଦିଦିଙ୍କ ଫଟୋ ସହ ବିଭିନ୍ନ ଗୀତର ବୋଲ୍ ଲେଖିଛନ୍ତି। ଆଉ ଅଟୋ ଥିବା ମ୍ୟୁଜିକ୍ ସିଷ୍ଟମରେ ରହିଛି କେବଳ ଲତା ମଙ୍ଗେସକଙ୍କର ବଛା ବଛା ଶହ ଶହ ସଙ୍ଗୀତ।
ସତରେ ଫ୍ୟାନ୍ ହେବ ତ ଏମିତି।