ArgusSuperfast | 6 Feb 2023 | Argus News
ହସ୍ପିଟାଲରେ ଭର୍ତ୍ତି ହେଲେ ଛତିଶଗଡ଼ର ପୂର୍ବ ମୁଖ୍ୟମନ୍ତ୍ରୀ ଅଜୀତ୍ ଯୋଗୀ
ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବ ମୁଖ୍ୟମନ୍ତ୍ରୀ ଅଜୀତ୍ ଯୋଗୀଙ୍କ ଅସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାମୁତାବକ ତାଙ୍କର ହୃଦଘାତ ଜନିତ ସମସ୍ୟା ଉପୁଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୋଗିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଆଜି ସକାଳେ ଅଜୀତ୍ ଯୋଗୀ ଟିଫିନ୍ କରୁଥିବା ସମୟରେ ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା ।
ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି ବୋଲି ହସ୍ପିଟାଲ ସୁତ୍ର ପ୍ରକାଶ । ତାଙ୍କ ନିକଟରେ ତାଙ୍କ ସ୍ତ୍ରୀ, କୋଟା ଅଞ୍ଚଳର ବିଧାୟକ ରେଣୁ ଯୋଗୀଙ୍କ ସହ ଅନ୍ୟ ଲୋକ ଉପସ୍ଥିତ ଅଛନ୍ତି ।
Download Argus News App
