ଅନ୍ୟ ପକ୍ଷରେ ଓଡିଶା ଗସ୍ତରେ ଆସିଥିବା ବିଶ୍ୱ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ପ୍ରବକ୍ତା ବିଜୟ ଶଙ୍କର ତିୱାରୀ ଏହି ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ନାବାଳକ ପିଲା ମାନଙ୍କୁ ଇସଲାମରେ କନଭର୍ଟ କରିବାକୁ ଗେମିଂ ଆପର ବ୍ୟବହାର କରୁଥିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହା ପଛରେ ଥିବା ଇସଲାମୀ କଟ୍ଟରପନ୍ଥୀ ମାନଙ୍କର କୁତ୍ସିତ ମାନସିକତାକୁ ଏହା ପ୍ରଦର୍ଶିତ କରୁଛି । ଏଭଳି ଲୋକଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ବିଶ୍ୱ ହିନ୍ଦୁ ପରିଷଦ ଦାବି କରୁଛି ବୋଲି ସେ କହିଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଗତ କିଛି ଦିନ ତଳେ ଏବେ ଇସଲାମୀ ଧର୍ମାନ୍ତରକାରୀ ଗ୍ୟାଙ୍ଗ ଅନ ଲାଇନ ଗେମ ଜରିଆରେ ମଧ୍ୟ ଛୋଟ ଛୋଟ ପିଲା ମାନଙ୍କୁ ବ୍ରେନ ୱାସ କରି ସେମାନଙ୍କୁ ଇସଲାମରେ କନଭର୍ଟ କରିବାର ଘଟଣା ସାମନାକୁ ଆସିଥିଲା । ଏହି ମାମଲାରେ ଉତ୍ତର ପ୍ରଦେଶର ଗାଜିଆବାଦ ପୋଲିସକୁ ଏକ ବଡ ସଫଳତା ମିଳିଥିଲା । ଗାଜିଆବାଦର ଜୈନ ସମାଜର ଏକ ପିଲାକୁ ଇସଲାମୀ ଧର୍ମାନ୍ତରୀକରଣ କରାଯିବା ଘଟଣା ସାମନାକୁ ଆସିବା ପରେ ପୋଲିସ ଜାଂଚରେ ବଡ ରହସ୍ୟୋଦଘାଟନ ହୋଇଥିଲା । ଏହି ମାମଲାରେ ମସଜିଦ କମିଟିର ପୂର୍ବତନ ସଦସ୍ୟ ଅବଦୁଲ ରହମାନକୁ ଗିରଫ କରାଯାଇଥିଲା । ସେ ଏକ ଇସଲାମୀ ଧର୍ମାନ୍ତରୀକରଣ ଗ୍ୟାଙ୍ଗ ସହ ଜଡିତ ଥିଲା । ଅନଲାଇନ ଗେମରେ ବିଜୟ ପାଇ ସେ ହିନ୍ଦୁ ପିଲାଙ୍କୁ କୁରାନର ଆୟାତ ଗୁଡିକୁ ପଢାଉଥିଲା । ଏହା ପରେ ପିଲା ମାନଙ୍କର ବ୍ରେନ ୱାସ କରି ସେମାନଙ୍କୁ ଇସଲାମରେ କନଭର୍ଟ କରୁଥିଲା ।
ଅବଦୁଲ ରହମାନର ମୋବାଇଲରୁ ପୋଲିସକୁ ଏ ସମ୍ପର୍କରେ ଅନେକ ପ୍ରମାଣ ମିଳିଥିଲା । ଗତ 30 ମଇରେ ସ୍ଥାନୀୟ ରାଜନଗରର ଜଣେ ବ୍ୟକ୍ତି ଧର୍ମାନ୍ତରୀକରଣକୁ ନେଇ ଏକ ମାମଲା ରୁଜୁ କରିଥିଲେ । କବିନଗର ପୋଲିସ ଥାନାରେ କରାଯାଇଥିବା ଏଫଆଇଆରରେ ସଂଜୟ ନଗର ସ୍ଥିତ ମସଜିଦର ଏକ ମୌଲାନା ଅବଦୁଲ ରହମାନ ଓ ମୁମ୍ବାଇ ବଦ୍ଦୋ ନାମକ ବ୍ୟକ୍ତିର ଉଲ୍ଲେଖ ଥିଲା । ପରେ ବଦ୍ଦୋ ନାମକ ବ୍ୟକ୍ତି ଶହନବାଜ ବୋଲି ଜଣା ପଡିଥିଲା । ଏମାନେ ହିନ୍ଦୁ ପିଲା ମାନଙ୍କୁ ବ୍ରେନ ୱାସ କରି ମୁସଲମାନ କରୁଥିଲେ । ଦୁଇ ଜଣ ନାବାଳକ ମାନଙ୍କୁ ବ୍ରେନ ୱାସ କରି ସେମାନେ କନଭର୍ଟ କରୁଥିଲେ ।
ଏହି ନାବାଳକ ମାନଙ୍କ ମଧ୍ୟରେ ଜଣେ ଜୈନ ସମାଜ ଓ ଅନ୍ୟ ଜଣେ ହିନ୍ଦୁ ସମାଜର ଥିଲା । ଏହି ପିଲା ମାନେ ଏହି ଇସଲାମୀ ଗ୍ୟାଙ୍ଗର ପ୍ରଭାବରେ ଆସି ନମାଜ ପଢିବା ଆରମ୍ଭ କରି ଦେଇଥିଲେ । ଜୈନ ପରିବାରକୁ ସେତେବେଳେ ଏ ସମ୍ପର୍କରେ ଜଣା ପଡିଲା ଯେତେବେଳେ ସଂପୃକ୍ତ ମୌଲବୀ ଭୟରେ ତାର ଫୋନର ଚାଟ ହିଷ୍ଟ୍ରିକୁ ଡିଲିଟ କରି ଦେଇଥିଲା ।
ଅଧିକ ପଢନ୍ତୁ ଭାରତ ଖବର