ଅଧିକ ପଢନ୍ତୁ : ସୁରଟ ସେସନ କୋର୍ଟରୁ ରାହୁଲଙ୍କୁ ମିଳିଲାନି ଆଶ୍ୱସ୍ତି
ସେପଟେ ବେଳ ଦେଖି ଚୌକା ମାରିବା ପରି ବିଜେପି ପ୍ରେସମିଟ୍ କରି ରାହୁଲ ଓ କଂଗ୍ରେସ ଉପରେ ପ୍ରବଳ ବର୍ଷିଛି । ଆଜି ସୁରଟ କୋର୍ଟ ପ୍ରମାଣ କରିଛନ୍ତି ଯେ ଆଇନ ସମସ୍ତଙ୍କ ପାଇଁ ସମାନ । ଏହି ଦଣ୍ଡ ସୁରତ ଦୌରାଜଜ୍ କୋର୍ଟଙ୍କ ଦ୍ବାରା ସ୍ଥଗିତ ହେବ ବୋଲି ଅନେକ ଆଶା କରିଥିଲେ । ହେଲେ କୋର୍ଟଙ୍କ ନିଷ୍ପତ୍ତି ଆଜି ଆସିଛି ସମଗ୍ର ଦେଶରେ ଖୁସିର ବାତାବରଣ ରହିଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । କୋର୍ଟଙ୍କ ନିଷ୍ପତ୍ତି ପରିବାର ସର୍ବୋପରି ନୁହେଁ ବରଂ ଦେଶରେ ସମ୍ବିଧାନ ସର୍ବୋପରି ବୋଲି ସ୍ପଷ୍ଟ କରିଛି । ସେପଟେ ଏହି ମାମଲାରେ ପୁରୁଣା ରାଗ ଗାଇଛି କଂଗ୍ରେସ ।
ପ୍ରକୃତରେ ୨୦୧୯ରେ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ରାହୁଲ ଗାନ୍ଧି ମୋଦି ସାଜ୍ଞା ଥିବା ବ୍ୟକ୍ତିମାନଙ୍କ ଉପରେ ଅପମାନଜନକ ଟିପ୍ପଣୀ କରିଥିଲେ । ଯେଉଁଥିପାଇଁ ପୂର୍ଣ୍ଣେଶ ମୋଦି ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାର ଶୁଣାଣି କରି ସେସନ୍ସ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ସଜା ଶୁଣାଇଥିଲେ । ପରେ ନିୟମ ଅନୁସାରେ ତାଙ୍କର ସଂସଦୀୟ ସଦସ୍ୟତା ରଦ୍ଦ ହୋଇଥିଲା । ପୂର୍ବରୁ ଜନ ପ୍ରତିନିଧି ଆଇନର ଧାରା ଅନୁସାରେ ଦୋଷୀ ସାବ୍ୟସ୍ତ ହେଲେ ସଂସଦୀୟ ସଦସ୍ୟତା ରୋକ୍ ଆଇନକୁ ପରିବର୍ତ୍ତନ ପାଇଁ ୨୦୧୩ରେ ବିଧେୟକ ଆଣିଥିଲେ ତତ୍କାଳୀନ ମନମୋହନ ସିଂ ସରକାର । ତେବେ ଏହାକୁ ନନସେନ୍ସ ବୋଲି କହି ଚିରି ଦେଇଥିଲେ ରାହୁଲ । ଏବେ ସେହି ନିୟମ ଅନୁସାରେ ତାଙ୍କର ସଂସଦୀୟ ସଦସ୍ୟତା ଯାଇଥିବା ବେଳେ ସେ ନାଟକବାଜିରେ ବ୍ୟସ୍ତ ।