ତେବେ ମମତା ଓ ଅଖିଳେଶଙ୍କ ଏହି ବକ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏହି ବକ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଓ ବିଜେପିକୁ ପରାଜିତ କରିବାକୁ ଯେ କୌଣସି ବିରୋଧୀ ମେଂଟ କଂଗ୍ରେସ ବିନା ସମ୍ଭବ ନୁହେଁ । ଯଦି 2024 ମସିହା ପାଇଁ କୌଣସି ମେଂଟ ତିଆରି ହେବ ସେଥିରେ କଂଗ୍ରେସର ସବୁଠାରୁ ବଡ ଭୂମିକା ରହିବ । ସେ ଆହୁରି କହିଛନ୍ତିଯେ ବର୍ତମାନ ଏ ସମ୍ପର୍କରେ କିଛି କହିବା ଠିକ ହେବ ନାହିଁ । କାରଣ ବର୍ତମାନ କଂଗ୍ରେସ କର୍ଣାଟକରେ ହେବାକୁ ଥିବା ଆଗାମୀ ନିର୍ବାଚନ ଉପରେ ରହିଛି ।
ଅଧିକ ପଢନ୍ତୁ : ଟିଭି ଚ୍ୟାନେଲ ଆଳରେ ବିରୋଧୀଙ୍କୁ ପିଏମଙ୍କ ଶାଣିତ ଆକ୍ରମଣ
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ 2024 ମସିହାରେ ପରାଜିତ କରିବାକୁ ବିରୋଧୀ ଦଳ ମାନେ ଖୁବ ପ୍ରୟାସ କରୁଛନ୍ତି ଓ ଏବେ ଠାରୁ ରଣନୀତି ତିଆରି କରିବାରେ ଲାଗିଛନ୍ତି । ହେଲେ ସେମାନଙ୍କ ମଧ୍ୟରେ ଏକତାର ଅଭାବ କାରଣରୁ ଏହି ପ୍ରୟାସ କୁ ବାରମ୍ବାର ଝଟକା ଲାଗୁଛି । କିଛି ଦିନ ତଳେ ପଶ୍ଚିମ ବଙ୍ଗର ସାଗର ଦିଘି ବିଧାନସଭା ଉପ ନିର୍ବାଚନର ଫଳାଫଳ ଆସିବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଥିଲେ ଯେ ତାଙ୍କ ଦଳ ଏକଲା ଚଲୋ ନୀତିରେ ଚାଲିବ ଓ ମୋଦୀଙ୍କୁ ହଟାଇବ ।
ପଶ୍ଚିମ ବଙ୍ଗର ସାଗର ସାଗରଦିଘି ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ – ବାମ ଦଳର ମେଂଟ ପ୍ରାର୍ଥୀଙ୍କ ବିଜୟକୁ ମମତା ବାନାର୍ଜୀ ହଜମ କରି ପାରି ନ ଥିଲେ । ତାଙ୍କ ଦଳ ଟିଏମସି ପ୍ରାର୍ଥୀକୁ ହରାଇ କଂଗ୍ରେସ ପ୍ରାର୍ଥୀ ବିଜୟ ଲାଭ କରିବା ପରେ ସେ ଅତ୍ୟନ୍ତ ଉତକ୍ଷିପ୍ତ ହୋଇଯାଇ ଥିଲେ । ସେ କହିଥିଲେ ଯେ ତାଙ୍କ ଦଳ କୁ ହରାଇବାକୁ ଏହି ଦଳ ମାନେ ଅପବିତ୍ର ମେଂଟ କରିଥିଲେ । ତେଣୁ ତାଙ୍କ ପ୍ରାର୍ଥୀ ପରାଜିତ ହୋଇଛି । ଏହି ଘଟଣା ପରେ ମମତା ଏତେ ଉତକ୍ଷିପ୍ତ ହୋଇ କହିଥିଲେ 2024 ମସିହାରେ ତାଙ୍କ ଦଳ କାହା ସହ ମିଶି ନିର୍ବାଚନ ଲଢିବ ନାହିଁ ଓ ଏକଲା ଚଲୋ ନୀତିରେ ଚାଲିବ ।