ଏହି ୧୨ ଜଣଙ୍କ ମଧ୍ୟରୁ ଗୁରଜଂତ ସିଂ , ଗୁରଜୋତ ସିଂ ପାଇଁ ୧ ଲକ୍ଷ, ଜୁଗରାଜ ସିଂ ୧ ଲକ୍ଷ, ପଳାତକ ଦିପ ସିଦ୍ଧୁ ପାଇଁ ୧ ଲକ୍ଷ, ବୁଟା ସିଂ, ସୁଖଦେବ ସିଂ , ଇକବାଲ ସିଂ ପାଇଁ ୫୦ ହଜାର ଘୋଷଣା କରାଯାଇଛି । ୧୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ଉପରେ ୧ ଲକ୍ଷ ଲେଖାଁଏ ଓ ଅନ୍ୟ ୪ ଜଣଙ୍କୁ ଧରିବା ପାଇଁ ୫୦ ହଜାର ଲେଖାଁଏ ପୁରସ୍କାର ଘୋଷଣା କରାଯାଇଛି । ଦିଲ୍ଲୀର ଲାଲକିଲ୍ଲା ଠାରେ ବିଶୃଂଖଳା ସୃଷ୍ଟି କରିବା ,ହିଂସାତ୍ମକ ଆକ୍ରମଣ କରିବା ଏବଂ କରାଇବା ପଛରେ ଥିବା ଏହି ୧୨ ଜଣ ଉପଦ୍ରବୀ ମାନଙ୍କୁ ଚିନ୍ହଟ କରିବା ପରେ ଏହି ପୁରସ୍କାର ଘୋଷଣା କରାଯାଇଛି ।
୨୬ ଜାନୁଆରୀ ହିଂସାକାଣ୍ଡ : ୧୨ ମାଷ୍ଟର ମାଇଣ୍ଡ ଚିହ୍ନଟ
ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ରାଡାରରେ ୨୬ ଜାନୁଆରୀର ହିଂସାକାଣ୍ଡ ଘଟାଇଥିବା ୧୨ ଜଣ ମାଷ୍ଟର ମାଇଣ୍ଡଙ୍କୁ ଭିଡିଓ ଓ ଫୋଟୋରୁ ଚିହ୍ନଟ କରିଛି ପୋଲିସ । ଏହି ୧୨ ଜଣ ହିଂସାକାଣ୍ଡ ଘଟାଇବା ଓ ହିଂସାକୁ ଉସୁକାଇବା ପଛରେ ରହିଛନ୍ତି । ଏହି ହିଂସାକାଣ୍ଡ ପରେ ସେମାନଙ୍କୁ ପଳାତକ ଘୋଷଣା କରିଛି ଦିଲ୍ଲୀ ପୋଲିସ । ସେମାନଙ୍କୁ ଧରିବା ପାଇଁ ପୋଲିସ ତାଙ୍କ ନାଁରେ ପୁରସ୍କାର ରାଶି ଘୋଷଣା କରିଛି ।
Download Argus News App
