ସେ ଜାମ୍ମୁ କାଶ୍ମୀରର ପୁଂଛ ଜିଲ୍ଲାରେ ଥିବା ମନ୍ଦିରରେ ପୂଜା ପାଠ କରିଛନ୍ତି । ସେଠାରେ ଥିବା ନବଗ୍ରହ ମନ୍ଦିରକୁ ଯାଇଥିଲେ । ପିଡିପିର ପୂର୍ବତନ ଏମଏଲସି ୟଶପାଲ ଶର୍ମା ଏହି ଭିଡିଓକୁ ତିଆରି କରିଥିଲେ । ସେ ମନ୍ଦିରକୁ ଯାଇ ପ୍ରଥମେ ଶିବଲିଙ୍ଗରେ ଜଳାଭିଷେକ କରିଥିଲେ ଓ ପୁଷ୍ପ ଅର୍ପିତ କରିଥିଲେ । ତେବେ ମନ୍ଦିରରେ ଯାଇ ପୂଜାର୍ଚନା କରିଥିବା ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଉପରେ ପ୍ରବଳ ପ୍ରତିକ୍ରିୟା ଦେଖିବାକୁ ମିଳିଛି । କିଛି ଲୋକ ଏହାକୁ ନିର୍ବାଚନକୁ ଆଖି ଆଗରେ ରଖି ସେ ଏପରି କରିଥିବା କହୁଥିବା ବେଳେ କିଛି ଲୋକ ଏହାକୁ ନେଇ ବିଷେଦଗାର କରିଛନ୍ତି । ବିଶେଷ ଭାବେ ମୁସଲମାନ କଟ୍ଟରପନ୍ଖୀ ମାନେ ଏହି ଭିଡିଓ ଭାଇରାଲ ହେବା ପରେ କ୍ରୋଧରେ ଅଗ୍ନିଶର୍ମା ହୋଇଥିବା ଦେଖିବାକୁ ମିଳିଛି ।
ଅଧିକ ଦେଖନ୍ତୁ ଭିଡିଓ : ଶିବଲିଙ୍ଗରେ ଜଳାଭିଷେକ କଲେ ମେହବୁବା ମୁଫତି !
ଦେଓବନ୍ଦର ମୌଲାନ ଅସଦ କାସମୀ କହିଛନ୍ତି ଯେ ମେହବୁବା ମୁଫତି ଯାହା କହିଛନ୍ତି ତାହା ଠିକ ନୁହେଁ । ସେ ମନ୍ଦିରକୁ ଯିବା, ଶିବଲିଙ୍ଗ ଉପରେ ଜଳ ଚଢାଇବା ଆଦି ଇସଲାମର ବିରୋଧୀ । ଆଉ ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି ଯେ ମେହବୁବା ମୁଫତି ଯାହା କରିଛନ୍ତି ତାହା ଇସଲାମରେ ଆଦୌ ସ୍ୱୀକାର କରାଯାଇ ପାରିବ ନାହିଁ । ମୁସ୍ତାଫିଜ ଆଲାମ ନାମକ ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ – ମୁଁ କୌଣସି ଧର୍ମର ବିରୋଧୀ ନୁହେଁହେଲେ ମେହବୁବା ଯାହା କରିଛନ୍ତି ତାବହା ଇସଲାମ ବିରୋଧୀ । ଏ ସବୁ କରି ମୁଫତିଙ୍କୁ ଲଜ୍ଜା ଲାଗିବା କଥା ।
ଅଧିକ ପଢନ୍ତୁ : ଗାନ୍ଧୀଜୀଙ୍କ ଭଜନକୁ ବିରୋଧ କରୁଛନ୍ତି ମେହବୁବା
ଅନ୍ୟ ପକ୍ଷରେ ଜାମ୍ମୁ କାଶ୍ମୀରର ବିଜେପି ପ୍ରବକ୍ତା ରଣବୀର ସିଂହ ପଠାନିଆ କହିଛନ୍ତି ଯେ 2008 ମସିହାରେ ମେହବୁବା ମୁଫତି ଓ ତାଙ୍କର ଦଳ ଅମରନାଥ ଯାତ୍ରା ପାଇଁ ଭୂମି ପ୍ରଦାନ କରିବାକୁ ବିରୋଧ କରିଥିଲା । ଏହି ଭୂମିରେ ଭକ୍ତ ମାନଙ୍କ ରହିବା ସ୍ଥାନ ତିଆରି କରାଯିବାର ଥିଲା । ସେତେବେଳେ ମେହବୁବା ଓ ତାଙ୍କ ପାର୍ଟି ଏହାର ବିରୋଧ କରିଥିଲେ । ବର୍ତମାନ ସେ ମନ୍ଦିର ଯାଇ ଜଳାଭିଷେକ କରୁଛନ୍ତି । ଏହା ସମ୍ପୂର୍ଣ ଭାବେ ଡ୍ରାମାବାଜୀ । ଏହା ଦ୍ୱାରା ତାଙ୍କୁ କିଛି ହାସଲ ହେବ ନାହିଁ । ଯଦି ଏହି ଭଳି ଡ୍ରାମା ଦ୍ୱାରା କିଛି ହାସଲ ହୁଅନ୍ତା ତେବେ ଜାମ୍ମୁ କାଶ୍ମୀରର ସ୍ଥିତି ଭିନ୍ନ ଥାଆନ୍ତା ।