ଦୁଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଲେ ସୁପ୍ରିମ କୋର୍ଟ। ପଶ୍ଚିମବଙ୍ଗ କି ତାମିଲନାଡ଼ୁରେ କାହିଁକି ରିଲିଜ ହୋଇପାରିବନି ଦ କେରଲା ଷ୍ଟୋରି। ଏହି ଦୁଇ ରାଜ୍ୟରେ ଫିଲ୍ମ ବ୍ୟାନ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଧାଇଁଥିଲେ ଫିଲ୍ମ ନିର୍ମାତା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଶାନ୍ତିରେ ଚାଲିଛି ଫିଲ୍ମ ତେବେ ପଶ୍ଚିମବଙ୍ଗ ଏବଂ ତାମିଲନାଡ଼ୁରେ ଅସୁବିଧା କେଉଁଠି। ପଶ୍ଚିମବଙ୍ଗ ଦେଶର ଅନ୍ୟ ଭାଗରୁ ଅଲଗା ନୁହେଁ।
ଏହି ଦୁଇ ରାଜ୍ୟ ସହ ଭୌଗଳିକ ପରିସ୍ଥିତି ସମାନ ଥିବା ରାଜ୍ୟରେ ଚାଲିଛି ଫିଲ୍ମ, ତେବେ କାହିଁକି ଏହି ଦୁଇ ରାଜ୍ୟରେ ଫିଲ୍ମ ଉପରେ ବ୍ୟାନ ଲଗାଇଛନ୍ତି ରାଜ୍ୟ ସରକାର ? ଦୁଇ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିବା ସହ ଆଗାମୀ ଶୁଣାଣି ମେ ୧୭ରେ କରିବେ ବୋଲି କହିଛନ୍ତି କୋର୍ଟ। ଶାନ୍ତି ବଜାୟ ରଖିବା ବାହାନାରେ ପଶ୍ଚିମବଙ୍ଗରେ ବ୍ୟାନ ହୋଇଛି ଫିଲ୍ମ। କିଛି ଦିନ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୃଣା ଏବଂ ହିଂସାକୁ ଏଡାଇବା ତଥା ଶାନ୍ତି ବଜାୟ ରଖିବା ପାଇଁ ଏହି ଫିଲ୍ମକୁ ବ୍ୟାନ କରାଯାଉଥିବା କହିଥିଲେ। ସେପଟେ ଏହାକୁ ବିରୋଧ କରିଥିଲେ ବିଜେପି ଦଳ ଏବଂ ଫିଲ୍ମ ନିର୍ମାତା। ସେହିପରି ଦ କେରଲା ଷ୍ଟୋରୀକୁ ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ବିପଦ କହି ହଲ ମାଲିକ ମାନେ ଫିଲ୍ମକୁ ବ୍ୟାନ କରିଛନ୍ତି।
ଅଧିକ ପଢନ୍ତୁ:18ଟି କଲେଜର 3 ଶହ ଛାତ୍ରୀ ମଧ୍ୟ ଦେଖିଲେ କେରଳ ଫାଇଲ୍ସ ଫିଲ୍ମ