ଏହି ମାମଲାରେ ତେଲେଙ୍ଗାନାର ରାଜ୍ୟପାଳ ଓ ପୁଡୁଚେରୀର ଉପ ରାଜ୍ୟପାଳ ଟି ସୁନ୍ଦରରାଜନ ଏକ ଗୁରୁତ୍ୱପୂର୍ଣ ବକ୍ତବ୍ୟ ଦେଇ ବିରୋଧୀ ଦଳ ମାନଙ୍କୁ ଆଇନା ଦେଖାଇଛନ୍ତି । ସେ କହିଛନ୍ତିଯେ ତେଲେଙ୍ଗାନାର ସଚିବାଳୟ ଭବନର ଉଦଘାଟନ ତାଙ୍କ ଦ୍ୱାରା କରାଯିବା ତ ଦୂରର କଥା ତାଙ୍କୁ ନିମନ୍ତ୍ରଣ ମଧ୍ୟ ଦିଆଯାଇ ନ ଥିଲା । ଏହା ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସ ଦଳରୁ ଆଇନା ଦେଖାଇ ସାରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ 1975 ମସିହାରେ ଯେତେବେଳେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ସଂସଦ ଭବନର ଆନେକ୍ସି ବିଲ୍ଡିଂର ଲୋକାର୍ପଣ ହୋଇଥିଲା । ସେତେବେଳେ ଏହାର ଉଦଘାଟନ ସ୍ୱୟଂ ଇନ୍ଦିରା ଗାନ୍ଧୀ କରିଥିଲେ । ହରଦୀପ ସିଂହ ପୁରୀ ପ୍ରଶ୍ନ କରିଥିଲେ ଯେ ସେତେବେଳେ ତତ୍କାଳୀନ ରାଷ୍ଟ୍ରପତିଙ୍କ ଦ୍ୱାରା ଏହି ସଂସଦ ଭବନର ଆନେକ୍ସି ବିଲ୍ଡିଂକୁ ଲୋକାର୍ପଣ କାହିଁକି କରାଯାଇ ନ ଥିଲା । ହରଦୀପ ସିଂହ ପୁରୀ ସେତିକିରେ ଅଟକି ଯାଇ ନ ଥିଲେ । ସେ ଇତିହାସର ଆଉ ଏକ ଘଟଣାକୁ ନେଇ ମଧ୍ୟ କଂଗ୍ରେସକୁ ଆଇନା ଦେଖାଇଥିଲେ ।
ହରଦୀପ ସିଂହ ପୁରୀ କହିଥିଲେ ଯେ 1987 ମସିହାରେ ସଂସଦର ନୂଆ ଲାଇବ୍ରେରୀର ଲୋକାର୍ପଣ ହୋଇଥିଲା । ସେତେବେଳେ ରାଜୀବ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ଥିଲୋ । ସଂସଦର ନୂଆ ଲାଇବ୍ରେରୀ ଭବନର ଲୋକାର୍ପଣ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କରିଥିଲେ । ସେତେବେଳେ ମଧ୍ୟ କଂଗ୍ରେସ ଦଳ ରାଷ୍ଟ୍ରପତିଙ୍କ ଦ୍ୱାରା ଏହାର ଉଦଘାଟନ କରାଇ ନଥିଲା ।
ହରଦୀପ ସିଂହ ପୁରୀ କହିଥିଲେ ଯେ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥାଇ ନିଜେ ଉଦଘାଟନ କରିଥିଲେ । ହେଲେ ଆଶ୍ଚର୍ଯ୍ୟର ବିଷୟ ଯେ ଏବେ ସେହି କଂଗ୍ରେସ ଦଳ କହୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ସଂସଦର ଉଦଘାଟନ କରିବା ଠିକ ନୁହେଁ । ପୁରୀ ଏହାକୁ ବର୍ତମାନ ବିରୋଧ କରୁଥିବା କଂଗ୍ରେସ ନେତା ମାନଙ୍କୁ ପ୍ରଶ୍ନ କରିଥିଲେ ଯେ୍ ଯଦି ଆପଣଙ୍କ ସରକାର ଥିବା ବେଳେ ସରକାରର ମୁଖ୍ୟ ଅର୍ଥାତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯାଇ ପାରେ ତେବେ ଆମ ସମୟରେ ଏପରି କାହିଁକି କରାଯାଇ ପାରିବ ନାହିଁ। ସେ ନୂଆ ସଂସଦ ଭବନକୁ ତିଆରି କରାଯିବା ନେଇ କିଛି କଂଗ୍ରେସ ନେତାଙ୍କ ଆପତ୍ତି ଉପରେ ମଧ୍ୟ ନିଜର ମତ ଦେଇଥିଲେ ।
ସେ କହିଥିଲେ ଯେ ଅନେକ କଂଗ୍ରେସ ନେତା ନୂତନ ସଂସଦ ଭବନ ନିର୍ମାଣ କରିବା ଉଚିତ ବୋଲି ପୂର୍ବରୁ କହି ସାରିଛନ୍ତି । ସେଂଟ୍ରାଲ ଭିଷ୍ଟାକୁ ନୂଆ ରୂପ ଦେବା କ୍ରମରେ ନୂଆ ସଂସଦ ଭବନର ନିର୍ମାଣ କରାଯାଉଛି । ଏଥିରେ ସଂସଦର ଯୁଗ୍ମ ବୈଠକରେ 12 ଶହ ସାଂସଦ ଏକା ସାଥିରେ ବସି ପାରିବେ । ହରଦୀପ ସିଂହ ପୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ନେତା ମାନେ ଯେଭଳି ଅଭଦ୍ର ଓ ଅଶାଳୀନ ମନ୍ତବ୍ୟ ମାନ ଦେଇଥିଲେ ତାକୁ ମଧ୍ୟ ମନେ ପକାଇ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର