ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନେଇଛି କମିଶନ । କାରଣ ବାଲ୍ୟବିବାହ ନାବାଳିକାଙ୍କ ଉପରେ ଗୁରୁତର ପ୍ରଭାବ ପକାଇବ । ଏହାସହ ଝିଅମାନଙ୍କୁ ବାଲ୍ୟ ବିବାହାରୁ ରକ୍ଷା କରିବା ସମସ୍ତଙ୍କର ଦାୟିତ୍ୱ ବୋଲି କହିଛି କମିଶନ । ବାଲ୍ୟବିବାହ ବିଶେଷ କରି ଝିଅ ପିଲାଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷା ଉପରେ ବିଶେଷ ପ୍ରଭାବ ପକାଇବ ବୋଲି ପ୍ରେସ୍ ରିଲିଜ୍ ଜାରି କରି ସୂଚନା ଦେଇଛି ତେଲେଙ୍ଗାନା ଚାଇଲ୍ଡ ରାଇଟ ପ୍ରୋଟେକ୍ସନ କମିଶନ ।
ଏହାସହ ରାଜ୍ୟର ସମ୍ପୃକ୍ତ ଅଧିକାରୀଙ୍କ ପାଇଁ ଏନେଇ ନିର୍ଦ୍ଦେଶନାମା ଜାରି କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି କମିଶନ । କଠୋର କାର୍ଯ୍ୟନୁଷ୍ଠାନ ସହ ପ୍ରିଭେନ୍ସନ ଅଫ ଚାଇଲ୍ଡ ମ୍ୟାରେଜ୍ ଆକ୍ଟ-2006 ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ କହିଛି କମିଶନ ।